ମନୋରଞ୍ଜନ

Actor Missing: ୧୦ ବର୍ଷ ହେଲା ନିଖୋଜ ‘ମୁନ୍ନା ଭାଇ MBBS’ ଅଭିନେତା ,ମା’ଙ୍କଠୁ ୫୦୦ ଟଙ୍କା ନେଇ ଗଲେ,ଆଉ ଫେରିଲେନି

ମୁମ୍ବାଇ,୦୨/୧୦; ବଲିଉଡ୍ ଫିଲ୍ମ ‘ମୁନ୍ନା ଭାଇ ଏମ୍‌ଏମ୍‌ବିଏସ୍’ର ଜଣେ ଯୁବ କଳାକାରଙ୍କ କଥା ମନେଅଛି, ଯିଏ ଫିଲ୍ମରେ ଜଣେ ଝିଅକୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ? ଫିଲ୍ମର ଲୋକପ୍ରିୟ ଗୀତ ‘ଆପୁନ୍ ଜୈସେ ଟପୋରି’ରେ ମୁନ୍ନା ଭାଇ ଚରିତ୍ରରେ ଥିବା ସଞ୍ଜୟ ଦତ୍ତ ତାଙ୍କୁ ସାନ୍ତ୍ୱନା ଦେବାକୁ ଆସିଥିଲେ । ଯୁବକଙ୍କ ଭୂମିକା ଛୋଟ ଥିଲା, କିନ୍ତୁ ଏହି ଚରିତ୍ରରେ ପରଦାକୁ ଆସିଥିବା ବିଶାଲ ଠକ୍କର ଫିଲ୍ମ ପରେ ପରିଚିତ ଚେହେରା ପାଲଟିଗଲେ । ୨୦୦୩ର ସୁପରହିଟ୍ ଫିଲ୍ମ ‘ମୁନ୍ନା ଭାଇ ଏମ୍‌ଏମ୍‌ବିଏସ୍’ ପରେ ବିଶାଲ ଫିଲ୍ମ, ଟେଲିଭିଜନ୍ ଆଦିରେ କ୍ୟାରିଅର ଗଢ଼ିଲେ । ‘ଟାଙ୍ଗୋ ଚାର୍ଲି’ ଫିଲ୍ମ ସମେତ ‘ତାରକ ମେହତା କା ଉଲ୍ଟା ଚଷମା’, ‘ଥପ୍କି ପ୍ୟାର୍ କି’, ‘ଆହଟ୍’ ଓ ‘କିସ୍ ଦେଶ୍ ମେଁ ହୈ ମେରା ଦିଲ୍’ ଭଳି ଲୋକପ୍ରିୟ ଧାରାବାହିକରେ ସେ କାମ କଲେ । ଟେଲିଭିଜନ୍ ଇଣ୍ଡଷ୍ଟ୍ରିର ସେ ଲୋକପ୍ରିୟ ଚେହେରା ପାଲଟିଗଲେ ଏବଂ ଗୋଟିଏ ପରେ ଗୋଟିଏ କାମ ହାତକୁ ନେଲେ ।

କିନ୍ତୁ ଜାନୁଆରୀ ୨୦୧୬ରେ ବିଶାଲଙ୍କ ଜୀବନ ରହସ୍ୟମୟ ମୋଡ଼ ନେଲା । ସେ ହଠାତ୍ ଉଭାନ୍ ହୋଇଗଲେ । ତାଙ୍କର ପତ୍ତା ମିଳିଲାନି । ଇତିମଧ୍ୟରେ ୧୦ ବର୍ଷ ବିତିଗଲାଣି, କିନ୍ତୁ ତାଙ୍କ ବିଷୟରେ ସ୍ପଷ୍ଟ ସୂଚନା ନାହିଁ । ଏବେ ବିଶାଲଙ୍କ ବୟସ ୪୦ ବର୍ଷ ହୋଇଥିବ । ଡିସେମ୍ବର ୩୧, ୨୦୧୫ । ବିଶାଲ ଉଭାନ୍ ହେବାର ପୂର୍ବ ରାତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସେଦିନ ବିଶାଲ ମୁଲୁଣ୍ଡ ସ୍ଥିତ ନିଜ ଘରେ ଥିଲେ । ସେ ନିଜ ମା’ ଦୁର୍ଗାଙ୍କୁ ସାଙ୍ଗ ହୋଇ ଥିଏଟରରେ ‘ଷ୍ଟାର୍ ୱାର୍ସ: ଦ ଫୋର୍ସ ଆୱେକେନ୍ସ’ ଦେଖିବାକୁ କହିଲେ । କିନ୍ତୁ ଦୁର୍ଗା ଯିବାକୁ ମନାକଲେ । ଏହି ନିଷ୍ପତ୍ତି ପାଇଁ ସେ ପରେ ପଶ୍ଚାତାପ କଲେ, କାରଣ ତାହା ଥିଲା ପୁଅ ସହ ତାଙ୍କର ଶେଷ ଦେଖା । ରାତି ପ୍ରାୟ ୧୦.୩୦ରେ ବିଶାଲ ମା’ଙ୍କଠୁ ୫୦୦ ଟଙ୍କା ଉଧାର ନେଲେ ଏବଂ ଘରୁ ଚାଲିଗଲେ । କିଛି ସମୟ ପରେ, ପ୍ରାୟ ରାତି ୧ଟାରେ ସେ ବାପା ମହେନ୍ଦ୍ରଙ୍କ ପାଖକୁ ଏକ ମେସେଜ୍ ପଠାଇଲେ । ଲେଖିଥିଲେ, ମୁଁ ଏକ ପାର୍ଟିକୁ ଯାଉଛି । କାଲି ଦେଖା ହେବ । ତାହା ଥିଲା ପରିବାର ସହ ବିଶାଲଙ୍କର ଶେଷ ଯୋଗାଯୋଗ । ପରଦିନ ସକାଳେ ବିଶାଲଙ୍କର ଖୋଜ୍ ଖବର ମିଳିଲାନି । ସେତେବେଳେ ତାଙ୍କ ବୟସ ୩୦ ବର୍ଷ ଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button