ମନୋରଞ୍ଜନ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୨୫ ପାଇଁ ଦରଖାସ୍ତ ଆହ୍ୱାନ,ଅକ୍ଟୋବର ୩୧ ଯାଏ ଚାଲିବ ଆବେଦନ

ଭୁବନେଶ୍ୱର,୦୨/୧୦: ୩୭  ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୫  ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ  ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ  କରାଯାଇଛି । ଆଗ୍ରହୀ ପ୍ରଯୋଜକମାନେ  ଆସନ୍ତା ୩୧ ଅକ୍ଟୋବର, ୨୦୨୬  (୩୧.୧୦.୨୦୨୬) ରିଖ ସୁଦ୍ଧା  ଆବେଦନ ପତ୍ର ସହ ଆବଶ୍ୟକ  କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ କପି  (ପେନ୍‌ ଡ୍ରାଇଭ)କୁ ରେଜିଷ୍ଟର୍ଡ ପୋଷ୍ଟ  / ସ୍ପିଡ୍‌ ପୋଷ୍ଟ /ପାର୍ସଲ୍‌ ମାଧ୍ୟମରେ  ବିଭାଗ ନିକଟରେ ଦାଖଲ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଆ ଚଳଚ୍ଚିତ୍ର ଉପରେ ଲିଖିତ  ଶ୍ରେଷ୍ଠ ଲେଖା (ପୁସ୍ତକ/ମନୋଗ୍ରାଫ୍‌)  ପାଇଁ ପୁରସ୍କାର ନିମନ୍ତେ ଆଗ୍ରହୀ  ଲେଖକମାନେ ନିର୍ଦ୍ଧାରିତ ଆବେଦନ  ଫର୍ମରେ ଆବେଦନ କରିବା ସହିତ  ଉକ୍ତ (ପୁସ୍ତକ/ମନୋଗ୍ରାଫ୍‌)ର ୧୦  ଖଣ୍ଡ ନକଲ ୩୧.୧୦.୨୦୨୬ ରିଖ  ସୁଦ୍ଧା ରେଜିଷ୍ଟର୍ଡ ପୋଷ୍ଟ / ସ୍ପିଡ୍‌ ପୋଷ୍ଟ  /ପାର୍ସଲ୍‌ ମାଧ୍ୟମରେ ବିଭାଗ ନିକଟରେ  ଦାଖଲ କରିପାରିବେ ବୋଲି ବିଭାଗ  ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button