BJD plans: ଓଡ଼ିଶା ପାଇଁ ଚୁପ୍, ଖଣି ମାଲିକଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ: ନବୀନ
ଓଡ଼ିଶା ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ସରକାର କହୁଛନ୍ତି ଲୋକଙ୍କ ସରକାର। କିନ୍ତୁ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ। ପିଲାଙ୍କ ପାଠ ବହି ନାହିଁ। ବୁଢ଼ାବୁଢ଼ୀଙ୍କ ପେନସନ ନାହିଁ। ଚାଷୀ ହଇରାଣ। ମା’ମାନେ ହଇରାଣ।

ଭୁବନେଶ୍ୱର: ଓଡ଼ିଶା ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ସରକାର କହୁଛନ୍ତି ଲୋକଙ୍କ ସରକାର। କିନ୍ତୁ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ। ପିଲାଙ୍କ ପାଠ ବହି ନାହିଁ। ବୁଢ଼ାବୁଢ଼ୀଙ୍କ ପେନସନ ନାହିଁ। ଚାଷୀ ହଇରାଣ। ମା’ମାନେ ହଇରାଣ। ଆଇନଶୃଙ୍ଖଳା ବୋଲି କିଛି ନାହିଁ। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡିର ବାର୍ଷିକ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବା ଅବସରରେ ରାଜ୍ୟ ସରକାରଙ୍କୁ ଏମିତି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ଏକାମ୍ରରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ
ସବୁ କାମରେ ସରକାର ଫେଲ୍
ଏକାମ୍ର ନିର୍ବାଚନମଣ୍ଡଳୀର ୫୨ ନମ୍ବର ୱାର୍ଡ ଅନ୍ତର୍ଗତ ବିମାନବନ୍ଦର ନିକଟସ୍ଥ ରାଜା ପଡ଼ିଆରେ ଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ସରକାରଙ୍କ ବିଫଳତା ଓ କୁପରିଚାଳନା ଉପରେ ସେ କହିଥିଲେ, ଏ ସରକାର ଗୋଟିଏ ବି ରଥଯାତ୍ରା ଠିକ ଭାବରେ ପରିଚାଳନା କରି ପାରିଲେନି। ବନ୍ୟା ରିଲିଫରେ କୁପରିଚାଳନା, ଧାନ ସଂଗ୍ରହରେ କୁପରିଚାଳନା, ନିଯୁକ୍ତି ପରୀକ୍ଷା କୁପରିଚାଳନା, ଅର୍ଥ ବ୍ୟବସ୍ଥାରେ କୁପରିଚାଳନା। ସବୁ କାମରେ ଏ ସରକାର ଫେଲ୍। ଲୋକ କହୁଛନ୍ତି ଯେ ବୋଧେ ଓଡ଼ିଶା ବିଜେପି ସରକାର କୁପରିଚାଳନାରେ ବିଶେଷ ଦକ୍ଷତା ହାସଲ କରିଛି। କେନ୍ଦ୍ର ସରକାର ଖଣି ଉପରୁ ଓଡ଼ିଶାବାସୀଙ୍କ ଅଧିକାର ନେଇଗଲେ। ଓଡ଼ିଶା ସରକାର ଚୁପ୍। କୋଡ଼ିଏ ବିଜେପି ସାଂସଦ ଓଡ଼ିଶାବାସୀଙ୍କ ପାଇଁ ଚୁପ୍। କିନ୍ତୁ ଖଣି ମାଲିକଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ। ପିଲାଙ୍କ ପଢ଼ା ବହି କଥା ନ କହିବା ଭଲ। ହଜାର ହଜାର ଭୁଲ। କିନ୍ତୁ ଉତ୍ତରଦାୟିତ୍ୱ ନେବାକୁ ସରକାର ନାରାଜ ବୋଲି କ୍ଷୋଭ ପ୍ରକାଶ କରିଥିଲେ।
ସୌଜନ୍ୟ ସମ୍ବାଦ




