ରାଜ୍ୟ

୩ ଶିବିରରେ ରହିବେ ୨୫୦୦ ହବିଷ୍ୟାଳି: ୧୦ ତାରିଖ ସକାଳ ୧୦ଟାରୁ ଅନ୍‌ଲାଇନ୍‌ ଆବେଦନ

ଚଳିତ ବର୍ଷ କାର୍ତ୍ତିକ ବ୍ରତ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୪ ଯାଏଁ ଚାଲିବ। ସରକାରଙ୍କ ଦ୍ବାରା ୩ଟି ହବିଷ୍ୟାଳି ଶିବିର କରାଯିବ। ଶିବିରରେ ରହିବା ପାଇଁ ଅକ୍ଟୋବର ୧୦ ତାରିଖ ପୂର୍ବାହ୍ଣ ୧୦ଟାରୁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

ପୁରୀ: ଚଳିତ ବର୍ଷ କାର୍ତ୍ତିକ ବ୍ରତ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୪ ଯାଏଁ ଚାଲିବ। ସରକାରଙ୍କ ଦ୍ବାରା ୩ଟି ହବିଷ୍ୟାଳି ଶିବିର କରାଯିବ। ଶିବିରରେ ରହିବା ପାଇଁ ଅକ୍ଟୋବର ୧୦ ତାରିଖ ପୂର୍ବାହ୍ଣ ୧୦ଟାରୁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାନସିକ ଓ ଶାରୀରିକ ସୁସ୍ଥ ଥିବା ୭୦ ବର୍ଷରୁ କମ୍‌ ବୟସର ମହିଳା ଶିବିରରେ ରହିବାର ସୁଯୋଗ ପାଇବେ। ୭୦ବର୍ଷରୁ କମ୍‌ ବିଧବା ଏବଂ ୫୦ରୁ ୭୦ ବର୍ଷର ବିବାହିତା ମହିଳା ଶିବିରରେ ରହିବା ପାଇଁ ଆବେଦନ କରିପାରିବେ। https://edistrict.odisha.gov.in ମାଧ୍ୟମରେ ଆବେଦନ କରିବେ। ୨୫ଶହ ଆବେଦନ ପରେ ଏହି ସାଇଟ୍‌ରେ ଆଉ ଆବେଦନ ସମ୍ଭବ ହେବ ନାହିଁ। ଗତବର୍ଷ ମାତ୍ର ୩୬ ମିନିଟ୍‌ ମଧ୍ୟରେ ଅନ୍‌ଲାଇନ୍‌ ଆବେଦନ ଶେଷ‌ ହୋଇଯାଇଥିଲା। କିଛି ମହିଳା ଧାର୍ଯ୍ୟ ମାର୍ଗଦର୍ଶିକା ପରିସରରେ ଆସୁନଥିଲେ ମଧ୍ୟ ଆବେଦନ କରିଥିଲେ। ତେଣୁ ଯେଉଁମାନେ କନଫର୍ମ ମେସେଜ ପାଉନାହାନ୍ତି କିମ୍ବା ସରକାରଙ୍କ ମାର୍ଗଦର୍ଶିକା ବା ମାନଦଣ୍ଡ ପରିସରରେ ଆସୁନାହାନ୍ତି, ସେମାନେ ଆବେଦନ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button