ଦେଶ ବିଦେଶ

Police action: ସ୍ତ୍ରୀକୁ ଗାଡ଼ି ବୋନେଟରେ ଘୋଷାଡ଼ି ନେଇ ସ୍ୱାମୀ ଓ ପ୍ରେମିକା ଗିରଫ

ଶନିବାର ସନ୍ଧ୍ୟାରେ ମୋମୋ ଖାଇବାକୁ ଯାଇ ପ୍ରେମିକା ସହ ରେଡହ୍ୟାଣ୍ଡେଡ୍ ଧରାପଡ଼ିବା ପରେ ସ୍ତ୍ରୀକୁ ଗାଡ଼ି ବୋନେଟରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ସ୍ୱାମୀ ମୟଙ୍କ ଓ ତାଙ୍କ ପ୍ରେମିକା ମାହୀଙ୍କୁ ପୁଲିସ ଗିରଫ...

ମିରଟ: ଶନିବାର ସନ୍ଧ୍ୟାରେ ମୋମୋ ଖାଇବାକୁ ଯାଇ ପ୍ରେମିକା ସହ ରେଡହ୍ୟାଣ୍ଡେଡ୍ ଧରାପଡ଼ିବା ପରେ ସ୍ତ୍ରୀକୁ ଗାଡ଼ି ବୋନେଟରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ସ୍ୱାମୀ ମୟଙ୍କ ଓ ତାଙ୍କ ପ୍ରେମିକା ମାହୀଙ୍କୁ ପୁଲିସ ଗିରଫ କରିଛି। ମିରଟର କୋତୱାଲୀ ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଯୌତୁକ ନିର୍ଯାତନା, ଶାରୀରିକ ଆକ୍ରମଣ ଓ ପ୍ରତାରଣାର ମାମଲା ରୁଜୁ କରିବା ସହ ଘଟଣାରେ ବ୍ୟବହୃତ ‘ଟୋୟୋଟା ଅର୍ବାନ୍ କ୍ରୁଜର୍ ଟାଇସର’ କାରକୁ ଜବତ କରିଛି।

ସ୍ଥାନୀୟ ପ୍ରଶାସନ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ମୟଙ୍କ ନିଜ ପ୍ରେମିକା ମାହୀଙ୍କ ସହ କାର୍ ଭିତରେ ବସି ମୋମୋ ଖାଉଥିବା ବେଳେ ତାଙ୍କ ସ୍ତ୍ରୀ ସୁନିତା ସେଠାରେ ପହଞ୍ଚି ଗାଡ଼ି କାଚକୁ ପିଟିବାକୁ ଲାଗିଥିଲେ। ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଦେଖି ସୁନିତା ଉତ୍ତେଜିତ ହୋଇପଡ଼ିବାରୁ ମୟଙ୍କ ଭୟଭୀତ ହୋଇ ଗାଡ଼ି ଭିତରୁ ଲକ୍ କରି ଖସିପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସୁନୀତା ଗାଡ଼ିର ବୋନେଟ୍ ଉପରେ ଚଢ଼ିଯାଇଥିଲେ ମଧ୍ୟ ମୟଙ୍କ ଗାଡ଼ି ନରଖି ଦ୍ରୁତ ଗତିରେ ଚଳାଇଥିଲେ।

ସୁନିତା ବୋନେଟରେ ଝୁଲି ରହି ପ୍ରାଣବିକଳରେ ‘ଭାଇ ବଞ୍ଚାଅ… ଭାଇ ସାହାଯ୍ୟ କର’ ବୋଲି ଚିତ୍କାର କରିବା ପରେ ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇ ଗାଡ଼ିଟିକୁ ଅଟକାଇବାକୁ ବାଧ୍ୟ କରିଥିଲେ। ଏହି ଘଟଣା ସମ୍ପର୍କରେ କୋତୱାଲୀର ସର୍କଲ ଅଫିସର ସଂଗ୍ରାମ ସିଂହ କହିଛନ୍ତି ଯେ, ପାରିବାରିକ କଳହ ପରେ ଅଭିଯୁକ୍ତ ମୟଙ୍କ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗାଡ଼ି ଚଢ଼ାଇବାକୁ ଚେଷ୍ଟା କରିଥିବାରୁ ଏହାକୁ ଗୁରୁତର ସହ ନିଆଯାଇ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button