Shooting: ରକ୍ତରେ ଭିଜିଲା‘ହୋମ୍ କମିଂ’ ପାର୍ଟି: ଗୁଳିକାଣ୍ଡରେ ୨ ମୃତ, ୩୫ ଆହତ
ଆମେରିକା ବନ୍ଧୁକ ସଂସ୍କୃତିରୁ ମୁକୁଳି ପାରୁନି। ଦେଶରେ ବାରମ୍ବାର ଗୁଳିକାଣ୍ଡ ଘଟଣା ଘଟିବାରେ ଲାଗିଛି। ଏନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ପୁଣି ଜର୍ଜିଆରେ ଏକ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ଘଟି ଦୁଇଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୫ ଜଣ ଆହତ ହୋଇଛନ୍ତି।

ୱାସିଂଟନ:ଆମେରିକା ବନ୍ଧୁକ ସଂସ୍କୃତିରୁ ମୁକୁଳି ପାରୁନି। ଦେଶରେ ବାରମ୍ବାର ଗୁଳିକାଣ୍ଡ ଘଟଣା ଘଟିବାରେ ଲାଗିଛି। ଏନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ପୁଣି ଜର୍ଜିଆରେ ଏକ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ଘଟି ଦୁଇଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୫ ଜଣ ଆହତ ହୋଇଛନ୍ତି। ଜର୍ଜିଆ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ଏକ ବିବୃତିରେ କହିଛି ଯେ, ଡୁଲି କାଉଣ୍ଟି ସେରିଫ୍ସ ଅଫିସ୍ ଡେପୁଟିମାନେ ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଗୁଳି ଫୁଟିବା ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ।
ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି
ଜର୍ଜିଆ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ କହିଛି ଯେ, ଆହତମାନଙ୍କୁ ଚିକିତ୍ସା ପାଇଁ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ରବିବାର ଜର୍ଜିଆର ଭିଏନାରେ ଏକ ‘ହୋମ୍ କମିଂ’ ପାର୍ଟିରେ ଗୁଳିକାଣ୍ଡ ଘଟିଛି। ପାର୍ଟିରେ ଏକ ହଜାରରୁ ଅଧିକ ଲୋକଙ୍କ ଉପସ୍ଥିତି ଥିଲେ। ଡୁଲି କାଉଣ୍ଟିର କରୋନର ବ୍ରେଟ୍ ୱାଲ୍ସ ନିଶ୍ଚିତ କରିଛନ୍ତି, ପୀଡ଼ିତ ଯୁବକମାନଙ୍କ ବୟସ ୨୦ ବର୍ଷରୁ ୨୩ ବର୍ଷ ମଧ୍ୟରେ।
ସୌଜନ୍ୟ ସମ୍ବାଦ




