Police Operation ବ୍ରାଉନ୍ସୁଗାର ବେପାରୀଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ, ଘଟଣା ପଛରେ ପୁଲିସ!
ବାଲିକୁଦା-ମାଛଗାଁ ରାସ୍ତାରେ ଅପହରଣ ଭଳି ଘଟଣାକୁ ନେଇ ଆତଙ୍କ। ପୁଲିସର ତଦନ୍ତରେ ବ୍ରାଉନ୍ସୁଗାର କାରବାର ଧରାପଡ଼ିଥିବା ସୂଚନା।

ବାଲିକୁଦା (ପ୍ରଣବ ପ୍ରଧାନ): ଆଜି (ରବିବାର) ଅପରାହ୍ନରେ ବାଲିକୁଦା-ମାଛଗାଁ ମୁଖ୍ୟରାସ୍ତାର ଜମ୍ଫର ନିକଟ ରାସ୍ତା ଉପରେ ହଠାତ୍ ଏକ କାର ଅଟକାଇଲେ। ୪ ଜଣ ଯୁବକ ହାତରେ ବନ୍ଧୁକ ଧରି କାର୍ରେ ବସିଥିବା ଦୁଇ ଯୁବକଙ୍କ ମୁଣ୍ଡରେ ଲଗାଇଲେ। ସେମାନଙ୍କ ମଧ୍ୟରୁ ଜଣକୁ ସେହି କାରରେ ବସାଇ ଦ୍ରୁତଗତିରେ ଚାଲିଗଲେ। ଏହି ଦୃଶ୍ୟ ଦେଖି ଆଖପାଖର ଲୋକମାନେ ଛାନିଆ ଓ ଉତ୍କଣ୍ଠାରେ ସେଠାରେ ଭିଡ଼ ଜମାଇଥିଲେ। କିଛି ସମୟରେ ସମସ୍ତ ଅପହରଣ ଘଟଣାର ଅସଲ ଚିତ୍ର ସାମ୍ନାକୁ ଆସିଥିଲା।
ସୂଚନା ଅନୁଯାୟୀ, ସାଧା ପୋଷାକରେ ହାତରେ ବନ୍ଧୁକ ଧରି ୪ ଜଣ ଯୁବକ ଏକ କାରରେ ବାଲିକୁଦା ପଟୁ ମାଛଗାଁ ଦିଗକୁ ଯାଉଥିଲେ। ଏହି ସମୟରେ ମାଛଗାଁ ସିଙ୍ଗିଟାଳିଆ ଅଞ୍ଚଳର ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ କାରରେ ବସାଇ ବାଲିକୁଦା ଦିଗକୁ ଆସୁଥିଲେ। ଜମ୍ଫର ନିକଟରେ ୪ ଜଣ ଯୁବକ ସେମାନଙ୍କ କାରକୁ ଅଟକାଇ ଉଭୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ପରେ ନିଜେ ଆଣିଥିବା କାରକୁ ସେଠାରେ ଛାଡ଼ି ଦୁଇ ଯୁବକଙ୍କୁ ସେମାନେ ଯେଉଁ କାରରେ ଆସୁଥିଲେ, ସେହି କାରରେ ବସାଇ ନେଇ ଚାଲିଯାଇଥିଲେ।
ସୌଜନ୍ୟ ସମ୍ବାଦ




