ରାଜ୍ୟ

Jeypore Stabbing Case: ଭଉଣୀଙ୍କ ମୃତ୍ୟୁର ପ୍ରତିଶୋଧ: ଜେଲ୍‌ଫେରନ୍ତା ଭିଣୋଇଙ୍କୁ ଛୁରାମାଡ଼, ୩ ନାବାଳକଙ୍କ ସମେତ ୪ ଗିରଫ

ଜୟପୁର ମେଡିକାଲ ପରିସରରେ ଜେଲ୍‌ଫେରନ୍ତା ପବିତ୍ର ହରିଜନଙ୍କୁ ଛୁରାମାଡ଼ ଘଟଣାର ପର୍ଦ୍ଦାଫାସ। ଭଉଣୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇ ଆକ୍ରମଣ ଅଭିଯୋଗରେ ୩ ନାବାଳକଙ୍କ ସମେତ ୪ ଗିରଫ।

ଜୟପୁର (ଦେବାଶିଷ ସାହୁ):  ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗତ ମଙ୍ଗଳବାର (ସେପ୍ଟେମ୍ବର ୨୯) ଘଟିଥିବା ଛୁରାମାଡ଼ ଘଟଣାର ପର୍ଦ୍ଦାଫାସ ହୋଇଛି। ଭଉଣୀ ହତ୍ୟାର ପ୍ରତିଶୋଧ ନେବା ପାଇଁ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରାଯାଇଥିବା ଜୟପୁର ସଦର ଥାନା ପୁଲିସ କହିଛି।  ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ୩ ଜଣ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବାମୁଣିପୁଟ ଗ୍ରାମର କ୍ଷେତ୍ରୀୟ ବାରିକ(୧୯), ସନ୍ତୋଷ ବାରିକ(୧୯), ଧୋବା ବାରିକ(୧୯) ଓ ଟୁନା ବାରିକ(୨୪)।

ପୁଲିସ ଦେଇଥିବା ସୂଚନାନୁସାରେ, ପ୍ରାୟ ୫ ବର୍ଷ ପୂର୍ବେ ଅଭିଯୁକ୍ତ ଧୋବା ବାରିକଙ୍କ ଭଉଣୀ ପଦ୍ମିନୀଙ୍କ ବିବାହ ଦିଗାପୁର ଗ୍ରାମର ରମେଶ ହରିଜନଙ୍କ ସହିତ ହୋଇଥିଲା। ୨୦୨୫ ନଭେମ୍ବର ମାସରେ ପଦ୍ମିନୀଙ୍କ ମୃତ୍ୟୁ ଘଟିଥିଲା। ଶ୍ୱଶୁର ଘର ଏହାକୁ ଆତ୍ମହତ୍ୟା ବୋଲି କହିଥିଲେ। କିନ୍ତୁ ପଦ୍ମିନୀଙ୍କ ପିତାମାତା ଓ ଭାଇ  ଏହା ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଥିଲେ। ପବିତ୍ର ହରିଜନ ହତ୍ୟା କରିଥିବା ନେଇ ଧୋବା ସନ୍ଦେହ କରୁଥିଲେ। ପବିତ୍ର ନିଶାସକ୍ତ ହୋଇ ପଦ୍ମିନୀଙ୍କୁ ଟଙ୍କା ମାଗିବା ସହ ମାଡ଼ ମାରୁଥିବା ନେଇ ପୂର୍ବରୁ ଅଭିଯୋଗ ଥିଲା। ଏହି ମାମଲାରେ ପବିତ୍ର ଜେଲ ଯାଇ ଦେଢ଼ ମାସ ତଳେ ମୁକୁଳିଥିଲେ। ଜେଲରୁ ବାହାରିବା ପରେ ପବିତ୍ର ବାରମ୍ବାର ଧୋବାଙ୍କ ଗାଁ ଆଡ଼େ ଆସି ବୁଲୁଥିବାରୁ ଅଭିଯୁକ୍ତଙ୍କ ମନରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button