ରାଜ୍ୟ

Wildlife Sanctuary: କୁଲଡିହା ଅଭୟାରଣ୍ୟରେ ବନ ବିଭାଗର ଚଢ଼ାଉ: ୫ଟି ଦେଶୀ ବନ୍ଧୁକ ସହ ବାରୁଦ, ଲୁହା ବଲ୍‌ ଓ ଫାଶ ଜବତ; ୬ ଶିକାରୀ ଗିରଫ

କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ବନ୍ୟଜନ୍ତୁ ଶିକାର ଉଦ୍ୟମ ଅଭିଯୋଗରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବନ୍ଧୁକ, ବାରୁଦ, ଲୁହା ବଲ୍‌ ଓ ଫାଶ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇ ଏଥିରେ ସମ୍ପୃକ୍ତି ଥିବା ୬ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ସୋର: କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ବନ୍ୟଜନ୍ତୁ ଶିକାର ଉଦ୍ୟମ ଅଭିଯୋଗରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବନ୍ଧୁକ, ବାରୁଦ, ଲୁହା ବଲ୍‌ ଓ ଫାଶ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇ ଏଥିରେ ସମ୍ପୃକ୍ତି ଥିବା ୬ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଅନୁଯାୟୀ, ଗତକାଲି ସୋର ବନ୍ୟପ୍ରାଣୀ ରେଞ୍ଜ ଅଧୀନ ଔପଦା ୱାଇଲ୍ଡଲାଇଫ୍ ସେକ୍ସନର ବେତେଇ ୱାଇଲ୍ଡଲାଇଫ୍ ବିଟ୍‌ର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ କବାଟଘାଇ ଗାଁ ନିକଟରେ ଭୂୟାଁ ସିଂହ (୩୦) ଜଙ୍ଗଲ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ତାଙ୍କୁ କାବୁ କରିଥିଲେ। ପରେ ତାଙ୍କ ନିକଟରୁ ୧୦୦ ଗ୍ରାମ କଳା ବାରୁଦ ଓ ୩୦ଟି ଛୋଟ ଲୁହା ବଲ୍‌ ଜବତ କରାଯାଇଥିଲା।ପଚରାଉଚରା ସମୟରେ ଏଥିରେ ଅନ୍ୟମାନଙ୍କ  ସମ୍ପୃକ୍ତି ଥିବା ବନବିଭାଗର ଅଧିକାରୀ ମାନେ ଜାଣିବାକୁ ପାଇଥିଲେ। ପରେ ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ସୋର ଓ କୁଲଡିହା ରେଞ୍ଜର ବନ କର୍ମଚାରୀଙ୍କୁ ନେଇ ଗଠିତ ମିଳିତ ଟିମ୍ ରାତି ପ୍ରାୟ ୧୧ଟା ୩୦ରେ ଚଢ଼ାଉ କରିଥିଲେ।

୧୩ ସେଟ୍ ଫାଶ ଜବତ

ଏହି ସମୟରେ ଲକ୍ଷ୍ମଣ ସିଂହ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨୩୦ ଗ୍ରାମ କଳା ବାରୁଦ, ୭୦ ଗ୍ରାମ ଧଳା ବାରୁଦ ଓ ୫୦ଟି ଲୁହା ବଲ୍‌ ଜବତ ହୋଇଥିଲା। ସେହିପରି ଜାଟିଆ ସିଂହଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ସନା ଜାଙ୍ଗରାଇ ସିଂହଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଧନୁ ଓ ୩ଟି ତୀର ଜବତ କରାଯାଇଥିଲା। ଗୋପାଳ ସିଂହଙ୍କ ନିକଟରୁ ୧୩ ସେଟ୍ ଫାଶ ଜବତ କରି ସମସ୍ତଙ୍କୁ ଗିରଫ କରିଥିଲେ। ଏହି ଚଢ଼ାଉରେ ସୋର ୱାଇଲ୍ଡଲାଇଫ୍ ରେଞ୍ଜର ରେଞ୍ଜ ଅଫିସର ଭାଗ୍ୟଶ୍ରୀ ଦାସ, କୁଲଡିହା ରେଞ୍ଜର ଇନ୍‌ଚାର୍ଜ ସୌମ୍ୟରଞ୍ଜନ ମାଝୀଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button