ବିଶେଷ

Language: ଭାରତରେ ଦ୍ବିତୀୟ ସର୍ବାଧିକ କଥିତ ଭାଷା ଉର୍ଦ୍ଦୁ ନୁହେଁ: ଜାଣନ୍ତୁ କେଉଁ ଭାଷା ରହିଛି ଦ୍ବିତୀୟ ସ୍ଥାନରେ?

ଭାରତରେ ସବୁଠାରୁ ଅଧିକ କୁହାଯାଉଥିବା ଭାଷା ବିଷୟରେ ଆଲୋଚନା ହେଲେ ସାଧାରଣତଃ ହିନ୍ଦୀ ପ୍ରଥମ ସ୍ଥାନରେ ଆସିଥାଏ। ତେବେ ଅନେକ ଲୋକଙ୍କର ଧାରଣା ଥାଏ ଯେ ହିନ୍ଦୀ ପରେ ଉର୍ଦ୍ଦୁ ଭାରତର ଦ୍ବିତୀୟ ସର୍ବାଧିକ କଥିତ ଭାଷା

ନୂଆଦିଲ୍ଲୀ: ଭାରତରେ ସବୁଠାରୁ ଅଧିକ କୁହାଯାଉଥିବା ଭାଷା ବିଷୟରେ ଆଲୋଚନା ହେଲେ ସାଧାରଣତଃ ହିନ୍ଦୀ ପ୍ରଥମ ସ୍ଥାନରେ ଆସିଥାଏ। ତେବେ ଅନେକ ଲୋକଙ୍କର ଧାରଣା ଥାଏ ଯେ ହିନ୍ଦୀ ପରେ ଉର୍ଦ୍ଦୁ ଭାରତର ଦ୍ବିତୀୟ ସର୍ବାଧିକ କଥିତ ଭାଷା। ମାତ୍ର ସରକାରୀ ଜନଗଣନା ତଥ୍ୟ ଅନୁଯାୟୀ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍।

୨୦୧୧ ଜନଗଣନା ରିପୋର୍ଟ ଅନୁସାରେ, ବଙ୍ଗଳା ହେଉଛି ଭାରତର ଦ୍ବିତୀୟ ସର୍ବାଧିକ କୁହାଯାଉଥିବା ଭାଷା। ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୮.୦୩ ପ୍ରତିଶତ (ପ୍ରାୟ ୯.୭୨ କୋଟି) ଲୋକ ବଙ୍ଗଳା ଭାଷାରେ କଥାବାର୍ତ୍ତା କରନ୍ତି। ପଶ୍ଚିମବଙ୍ଗ ବ୍ୟତୀତ ତ୍ରିପୁରା, ଆସାମର ବରାକ ଉପତ୍ୟକା ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ବହୁସଂଖ୍ୟାରେ ବଙ୍ଗଳାଭାଷୀ ଲୋକ ବସବାସ କରନ୍ତି।

ଦେଶର ପ୍ରମୁଖ ଭାଷାଗୁଡ଼ିକର ସ୍ଥିତି:
ହିନ୍ଦୀ (ପ୍ରଥମ ସ୍ଥାନ): ଦେଶର ପ୍ରାୟ ୪୩.୬୩% (୫୨.୮୩ କୋଟି) ଲୋକଙ୍କର ମାତୃଭାଷା ହେଉଛି ହିନ୍ଦୀ। ଏହି ବର୍ଗରେ ଭୋଜପୁରୀ, ରାଜସ୍ଥାନୀ, ଛତିଶଗଡ଼ୀ ଭଳି ୫୦ରୁ ଉର୍ଦ୍ଧ୍ବ ଉପଭାଷା ଅନ୍ତର୍ଭୁକ୍ତ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button