ଦେଶ ବିଦେଶ

IAS officer: ଏମିତି ଆଇଏଏସ ଦେଖିନଥିବେ: ନିଜ ଯାଆଁଳା ଛୁଆଙ୍କୁ ଅଙ୍ଗନୱାଡିରେ ପଢ଼ାଉଛନ୍ତି ମିତାଲୀ

ଆଇଏଏସ (IAS) କିମ୍ବା ଆଇପିଏସ (IPS) ଅଫିସରଙ୍କ ସଫଳତା କାହାଣୀ ପ୍ରାୟତଃ ଲୋକଙ୍କୁ ପ୍ରେରଣା ଦେଇଥାଏ । ମାତ୍ର କିଛି ଅଫିସର ନିଜର ନିଷ୍ପତ୍ତି ଓ କାର୍ଯ୍ୟଶୈଳୀ ପାଇଁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି ।

ନନ୍ଦୁରବାର (ମହାରାଷ୍ଟ୍ର): ଆଇଏଏସ (IAS) କିମ୍ବା ଆଇପିଏସ (IPS) ଅଫିସରଙ୍କ ସଫଳତା କାହାଣୀ ପ୍ରାୟତଃ ଲୋକଙ୍କୁ ପ୍ରେରଣା ଦେଇଥାଏ । ମାତ୍ର କିଛି ଅଫିସର ନିଜର ନିଷ୍ପତ୍ତି ଓ କାର୍ଯ୍ୟଶୈଳୀ ପାଇଁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି । ଏଭଳି ଜଣେ ପ୍ରଶାସନିକ ଅଧିକାରୀ ହେଉଛନ୍ତି ମହାରାଷ୍ଟ୍ର କ୍ୟାଡରର ୨୦୧୭ ବ୍ୟାଚ୍‌ ଆଇଏଏସ ଅଫିସର ମିତାଲୀ ସେଠୀ । ନିଜର ଯାଆଁଳା ପୁଅଙ୍କୁ କୌଣସି ଦାମୀ ପ୍ରାଇଭେଟ୍ ସ୍କୁଲରେ ନ ପଢ଼ାଇ, ସରକାରୀ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇ ସେ ଏବେ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି ।

ଡାକ୍ତରୀରୁ ପ୍ରଶାସନିକ ସେବା
ପଞ୍ଜାବର ଜଲନ୍ଧରର ମୂଳ ବାସିନ୍ଦା ମିତାଲୀ ପାଠପଢ଼ାରେ ବେଶ୍ ମେଧାବୀ ଥିଲେ । ଅମୃତସରରୁ ଦନ୍ତ ଚିକିତ୍ସା (BDS) ଡିଗ୍ରୀ ହାସଲ କରିବା ପରେ ସେ ଚେନ୍ନାଇରୁ ଅର୍ଥୋଡୋଣ୍ଟିକ୍ସରେ ମାଷ୍ଟର୍ସ (MDS) ସମ୍ପୂର୍ଣ୍ଣ କରିଥିଲେ । ଜଣେ ପେଶାଦାର ଡାକ୍ତର ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଥମେ ତାଙ୍କୁ ଆଇଏଏସ୍ ବିଷୟରେ ବିଶେଷ ଧାରଣା ନଥିଲା । ମାତ୍ର ପରବର୍ତ୍ତୀ ସମୟରେ ଜନସେବା ପାଇଁ ସିଭିଲ୍ ସର୍ଭିସେସ୍ ପ୍ରତି ତାଙ୍କର ଆଗ୍ରହ ବୃଦ୍ଧି ପାଇଥିଲା । ଲଗାତାର ଦୁଇଟି ପ୍ରଚେଷ୍ଟାରେ ବିଫଳ ହେବା ସତ୍ତ୍ୱେ ସେ ହାର୍ ମାନିନଥିଲେ । ନିଜର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ୨୦୧୭ UPSC ସିଭିଲ୍ ସେବା ପରୀକ୍ଷାରେ (ତୃତୀୟ ପ୍ରଚେଷ୍ଟା) ସାରା ଦେଶରେ ୫୬ତମ ର‍୍ୟାଙ୍କ ହାସଲ କରି ଆଇଏଏସ ହୋଇଥିଲେ ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button