ଦେଶ ବିଦେଶ

Congress Alleges: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସିଇସି ସମ୍ବିଧାନ ସହିତ ବିଶ୍ବାସଘାତକତା କରିଛନ୍ତି: କଂଗ୍ରେସ

ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ନିର୍ଦ୍ଦେଶରେ ସମ୍ବିଧାନର ଭାବନା ସହିତ ବିଶ୍ବାସଘାତକତା କରୁଛନ୍ତି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଅଭିଯୋଗ କରିଛନ୍ତି।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ନିର୍ଦ୍ଦେଶରେ ସମ୍ବିଧାନର ଭାବନା ସହିତ ବିଶ୍ବାସଘାତକତା କରୁଛନ୍ତି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଅଭିଯୋଗ କରିଛନ୍ତି।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନ ଉପରେ ବିଚାର କରି ସୋମବାର ସର୍ବୋଚ୍ଚ ଅଦାଲତ ନିର୍ବାଚନ କମିସନ, କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବା ପରେ ରମେଶ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ଯେଉଁ ଭାବେ କାମଚଳା, ବେଆଇନ ଓ ବେପରୁଆ ଉପାୟରେ ଏସ୍‌ଆଇଆର୍‌ (ସ୍ବତନ୍ତ୍ର ସଘନ ସଂଶୋଧନ) ପ୍ରକ୍ରିୟା ପରିଚାଳନା କରାଯାଉଥିଲା, କାର୍ଯ୍ୟରତ ଓ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ସମାଲୋଚନା ଓ ଯଥେଷ୍ଟ ଉପଯୁକ୍ତ ପ୍ରକ୍ରିୟା ବିନା ବ୍ୟାପକ ଏବଂ ନିର୍ବିରୋଧୀ ଭାବରେ ଭୋଟର ତାଲିକାରୁ ନାମ କଟାଯାଇଥିଲା ସେହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପାଖରେ ଏହି ପ୍ରତିଷ୍ଠାନ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଏକ ଅସାଧାରଣ ସୁଯୋଗ ଅଛି, ଯାହା ଆମ ଗଣତନ୍ତ୍ରର ମୂଳଦୁଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି

ସୁପ୍ରିମକୋର୍ଟ ବର୍ତ୍ତମାନ ଏହି ମାମଲାରେ ଜବାବ ମାଗିଛନ୍ତି। ତଥାପି କୋର୍ଟ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିନାହାନ୍ତି ବୋଲି ରମେଶ କହିଛନ୍ତି।
ରମେଶ ଆହୁରି କହିଛନ୍ତି, ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିିଇସି)ଙ୍କ ଉପରେ ବିଶ୍ବାସ ରଖିଥିଲେ କି ସେମାନେ ନିରପେକ୍ଷ ଓ ସଠିକ୍‌ ସୂଚନା ଦେବେ। ବର୍ଷ ବର୍ଷ ଧରି ନିର୍ବାଚନ ଆୟୋଗ ନିର୍ବାଚନ କିପରି କରାଯାଏ ତାହା ଶୃଙ୍ଖଳିତ, ମର୍ଯ୍ୟାଦାପୂର୍ଣ୍ଣ ଓ ଦକ୍ଷତା ପ୍ରଦର୍ଶନ କରି ପ୍ରତିଷ୍ଠା କରିଥିଲେ।

ଜ୍ଞାନେଶ କୁମାର ସେହି ଐତିହ୍ୟ ଉପରେ ନିର୍ମିତ ବିଶ୍ୱସନୀୟତା ଦାବି କରିପାରିବେ ନାହିଁ। ଫର୍ମ ୬ ରେ ହୋଇଥିବା କ୍ଷତିକାରକ ପରିବର୍ତ୍ତନ, ଯାହାକୁ ପ୍ରାରମ୍ଭରେ ସୁପ୍ରିମକୋର୍ଟଙ୍କ ଅନୁମୋଦନ ଥିଲା ବୋଲି କୁହାଯାଇଥିଲା ତାହା ସିଇସିଙ୍କର ପ୍ରତାରଣାପୂର୍ଣ୍ଣ ଆଚରଣର ଏକ ଗମ୍ଭୀର ଉଦାହରଣ। ବାସ୍ତବତା ହେଉଛି ଯେ, ସିଇସି କେବଳ ମିଛ କହିନାହାନ୍ତି ବରଂ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଇନ ଉଲ୍ଲଂଘନ କରିଛନ୍ତି, ସମ୍ବିଧାନର ଅକ୍ଷର ଓ ଆତ୍ମା ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ରମେଶ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button