ଦେଶ ବିଦେଶ

Bike: ଭାରତୀୟ ଜାତୀୟ ପାରିବାରିକ ଯାତ୍ରା ସର୍ଭେ: କର୍ମକ୍ଷେତ୍ରକୁ ଯିବାଲାଗି ଲୋକଙ୍କ ଅଧିକ ପସନ୍ଦ ଦୁଇ ଚକିଆ

କର୍ମକ୍ଷେତ୍ରକୁ ଯିବାଲାଗି ଭାରତୀୟଙ୍କ ସବୁଠୁ ଅଧିକ ପସନ୍ଦ ହେଉଛି ଦୁଇ ଚକିଆ। କିନ୍ତୁ ରାତିରେ ଦୂରସ୍ଥାନକୁ ଯିବା କ୍ଷେତ୍ରରେ ଭାରତୀୟମାନେ ବସ୍‌ ଓ ଟ୍ରେନକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ପ୍ରଥମ ଥର ପାଇଁ କରାଯାଇଥିବା ସର୍ବ ଭାରତୀୟ ଜାତୀୟ ପାରିବାରିକ ଯାତ୍ରା ସର୍ଭେ (ଏନ୍‌ଏଚ୍‌ଟିଏସ୍‌)ରୁ ଏହା ଜଣାଯାଇଛି।

ନୂଆଦିଲ୍ଲୀ: କର୍ମକ୍ଷେତ୍ରକୁ ଯିବାଲାଗି ଭାରତୀୟଙ୍କ ସବୁଠୁ ଅଧିକ ପସନ୍ଦ ହେଉଛି ଦୁଇ ଚକିଆ। କିନ୍ତୁ ରାତିରେ ଦୂରସ୍ଥାନକୁ ଯିବା କ୍ଷେତ୍ରରେ ଭାରତୀୟମାନେ ବସ୍‌ ଓ ଟ୍ରେନକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ପ୍ରଥମ ଥର ପାଇଁ କରାଯାଇଥିବା ସର୍ବ ଭାରତୀୟ ଜାତୀୟ ପାରିବାରିକ ଯାତ୍ରା ସର୍ଭେ (ଏନ୍‌ଏଚ୍‌ଟିଏସ୍‌)ରୁ ଏହା ଜଣାଯାଇଛି।ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ସୋମବାର ଏହି ରିପୋର୍ଟ ପ୍ରକାଶ କରଯାଇଛି। ୪୨.୬ ପ୍ରତିଶତ ଶ୍ରମିକ ସ୍ଥାୟୀ କର୍ମସ୍ଥଳୀକୁ ଦୁଇ ଚକିଆରେ ଯାତ୍ରା କରୁଛନ୍ତି। କାର୍ଯ୍ୟସ୍ଥଳୀକୁ ନିୟମିତ ଯା’ଆସ କରିବାରେ ଦୁଇ ଚକିଆର ବ୍ୟବହାର ସବୁଠୁ ଅଧିକ ହେଉଛି। ଅନ୍ୟପକ୍ଷରେ ୫୫.୮ ପ୍ରତିଶତ ପରିବାର ରାତିରେ ଦୂରସ୍ଥାନକୁ ବସରେ ଯାଉଥିବାବେଳେ ଟ୍ରେନରେ ଗୋଟିଏ ସହରରୁ ଅନ୍ୟ ସହରକୁ ଆଉ ୧୭.୭ ପ୍ରତିଶତ ଯା’ଆସ କରୁଛନ୍ତି। ଅର୍ଥାତ୍‌ ବସ ଓ ଟ୍ରେନରେ ୭୩.୫ ପ୍ରତିଶତ ପରିବାର ଯାତ୍ରା କରୁଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button