ଦେଶ ବିଦେଶ

High Court: ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ କାର୍ଯ୍ୟାଳୟ ବିରୋଧରେ ଦୁର୍ନୀତି ଅଭିଯୋଗ : ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କ କାର୍ଯ୍ୟାଳୟ (ସିଏମଓ) ଏବଂ କେତେକ ବେସରକାରୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।

ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କ କାର୍ଯ୍ୟାଳୟ (ସିଏମଓ) ଏବଂ କେତେକ ବେସରକାରୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠି ଲେଖାଯିବା ପରେ କୋର୍ଟ ଏହି ଆଦେଶ ଦେଇଛନ୍ତି।

ଏକ ହାଉସିଂ ସୋସାଇଟି ସହ ଜଡ଼ିତ ମନି ଲଣ୍ଡରିଂ ମାମଲା ଏବଂ ସିଏଲୟୁ ଅନୁମତି ପାଇଁ ହୋଇଥିବା ଅନିୟମିତତାର ଇଡି ତଦନ୍ତ ସମୟରେ ଏହି ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲା। ଏହି ପ୍ରକ୍ରିୟାରେ ନକଲି ସମ୍ମତିପତ୍ରର ବ୍ୟବହାର କରାଯାଇଥିବା ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଡ଼ିତ ବ୍ୟକ୍ତିଙ୍କର ଏଥିରେ ଭୂମିକା ଥିବା ନେଇ କେନ୍ଦ୍ରୀୟ ସଂସ୍ଥା ଦର୍ଶାଇଥିଲା। ପଞ୍ଜାବ ଡିଜିପିଙ୍କୁ ଦିଆଯାଇଥିବା ସୂଚନା ମୁତାବକ, ବେସରକାରୀ ବ୍ୟକ୍ତିଙ୍କର ଏକ ବଡ଼ ନେଟୱର୍କ ସରକାରୀ ପ୍ରକ୍ରିୟା ତଥା ବଦଳି ଓ ନିଯୁକ୍ତିକୁ ପ୍ରଭାବିତ କରୁଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button