ରାଜ୍ୟ

Shutters down for 27 years: ୨୭ ବର୍ଷ ହେଲା ସଟର ବନ୍ଦ, ସରକାରୀ କାଗଜରେ ଜୀବନ୍ତ: ବୁଣାକାର ବିକୁ ନାହାନ୍ତି, କାହାଠୁ ଶାଢ଼ି କିଣାଯାଉଛି?

ରିହାତି ଦରରେ ସୂତା ଓ ରଙ୍ଗ ବିକ୍ରି ହେଉଛି। ହେଲେ ବୁଣାକାର ପାଉନାହାନ୍ତି। ସମିତି ଯେଉଁ ବୁଣାକାରଙ୍କଠାରୁ ଶାଢ଼ି କିଣୁଥିବା ଦର୍ଶାଉଛି, ସେମାନେ କହୁଛନ୍ତି ଆମେ ବିକିନୁ।

ସମ୍ବଲପୁର/ଚିପିଲିମା(ଗାର୍ଗୀ ଶତପଥୀ/ସଞ୍ଜୀବ ଠାକୁର): ରିହାତି ଦରରେ ସୂତା ଓ ରଙ୍ଗ ବିକ୍ରି ହେଉଛି। ହେଲେ ବୁଣାକାର ପାଉନାହାନ୍ତି। ସମିତି ଯେଉଁ ବୁଣାକାରଙ୍କଠାରୁ ଶାଢ଼ି କିଣୁଥିବା ଦର୍ଶାଉଛି, ସେମାନେ କହୁଛନ୍ତି ଆମେ ବିକିନୁ। ୨୭ ବର୍ଷ ହେଲା କାର୍ଯ୍ୟାଳୟର ସଟର ଖୋଲିନି। ବୁଣାକାରମାନଙ୍କ ପାଇଁ ଯେଉଁ ସଂସ୍ଥା ମୃତ, ସେ କିନ୍ତୁ ସରକାରୀ କାଗଜରେ ଜୀବନ୍ତ ରହି ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛି। ଏ ହେଉଛି ଭାତହାଣ୍ଡିରୁ ଗୋଟିଏ ଭଳି ସମ୍ବଲପୁରର ବୁଣାକାର ଗାଁ ଧନକଉଡ଼ା ବ୍ଲକ୍‌ କର୍ଡୋଲା ବୁଣାକାର ସମବାୟ ସମିତିର ଚିତ୍ର। ବୁଣାକାରଙ୍କ ନାଁରେ କାଗଜପତ୍ରରେ କିପରି ସରକାରୀ ଯୋଜନା ହରିଲୁଟ୍‌ ହୋଇଛି ‘ସମ୍ବାଦ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ ତା’ର ମୁଖା ଖୋଲିଛି।

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବୁଣକାର କୃତାର୍ଥ ମେହେର, ଜେନାମଣି ମେହେରଙ୍କ ସମେତ ଅନେକ ବୁଣାକାରଙ୍କଠାରୁ ଏହି ସମିତି ଶାଢ଼ି କିଣିବା ସହିତ ରଙ୍ଗ ଓ ସୂତା ବିକ୍ରି କରୁଥିବା କହୁଛି। କିନ୍ତୁ, କୃତାର୍ଥ କହନ୍ତି, ୧୯୯୯ ମସିହାରୁ ତାଙ୍କ ଗାଁରେ ଥିବା ସମବାୟ ସମିତି କାର୍ଯ୍ୟାଳୟ ବନ୍ଦ ରହିଛି। ସେବେଠାରୁ ସେମାନେ ସମିତିକୁ ଶାଢ଼ି ବିକ୍ରି କରୁନାହାନ୍ତି। ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ ବିକ୍ରି କରନ୍ତି। ଗାଁରେ ରଙ୍ଗ ଓ ସୂତା ଉପଲବ୍ଧ ନ ଥିବାରୁ ସେସବୁ କିଣିବା ପାଇଁ ମଧ୍ୟ ବହୁ କଷ୍ଟ ସହୁଛନ୍ତି। ୫୦ କିଲୋମିଟର ବରଗଡ଼ ଯାଇ ୧୨୦ ନମ୍ବରର ସୂତା ୬୦୦୦ ଟଙ୍କାରେ ଏବଂ ୨୫ ଗ୍ରାମ୍‌ର ରଙ୍ଗ ୧୬୦ ଟଙ୍କାରେ ଖୋଲା ବଜାରରୁ କିଣୁଛନ୍ତି। ଯାହାର ଦର ଅଚାନକ ବୃଦ୍ଧି ପାଇଥିବାରୁ ଚିନ୍ତା ବଢ଼ିଯାଇଛି। ଅନ୍‌ଲାଇନ୍‌ରେ ଆବେଦନ ପରେ ରିହାତିରେ ଇନ୍‌ଭର୍ଟର ପାଇଛନ୍ତି। ବରିଷ୍ଠ ବୁଣାକାର ଜେନାମଣିଙ୍କ କହିବା ଅନୁସାରେ, ଗାଁରେ ଥିବା କର୍ଯ୍ୟାଳୟ ବନ୍ଦ ପଡ଼ିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button