ଜିଲ୍ଲା

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି ଉପରୁ ତଳକୁ ଡେଇଁପଡ଼ିଲେ ।

ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ନାମ ରାଜେଶ ପରିଡା(୨୧) ହୋଇଥିବା ବେଳେ ସେ ଜଣେ ମାନସିକ ରୋଗୀ ହୋଇଥିବା ସୂଚନା ରହିଛି ।

କହିରଖୁଛୁ କି, ପୂର୍ବରୁ ମସ୍ତିଷ୍କ ରୋଗରେ ଚିକିତ୍ସିତ ହେଉଥିଲେ। ଏହାପରେ ଚେକଅପ ପାଇଁ ମାନସିକ ବିଭାଗକୁ ଯାଇଥିଲେ । କିନ୍ତୁ ହଠାତ ମେଡିକାଲ ପରିସରରେ ଥିବା ୫୦ ଫୁଟର ପାଣି ଟାଙ୍କି ଉପରେ ଚଢ଼ି ଯାଇଥିଲେ । ବହୁତ ବୁଝା ସୁଝା ପରେ କଥା ନ ମାନି ଡେଇଁ ପଡିଥିଲେ । ବର୍ତ୍ତମାନ ସେ ଟ୍ରମା କାଜୁଆଲାଟିରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ବୋଲି ମେଡିକାଲ ପକ୍ଷରୁ ସୂଚନା ରହିଛି ।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button