ଦେଶ ବିଦେଶ

Yamuna Expressway: ୩୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ଲାଗିଲା ନିଆଁ

ନୋଏଡାର ଯମୁନା ଏକ୍ସପ୍ରେସ୍‌ୱେରେ ଏକ ସ୍ଲିପର ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ‌ସୌଭାଗ୍ୟବଶତଃ ବସ୍‌ରେ ଥିବା ୩୨ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଦୁର୍ଘଟଣା ଟି ନଲେଜ୍ ପାର୍କ ଥାନା ଅଞ୍ଚଳର ବୋଲି କୁହାଯାଉଛି।

ନୋଏଡା: ନୋଏଡାର ଯମୁନା ଏକ୍ସପ୍ରେସ୍‌ୱେରେ ଏକ ସ୍ଲିପର ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ‌ସୌଭାଗ୍ୟବଶତଃ ବସ୍‌ରେ ଥିବା ୩୨ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଦୁର୍ଘଟଣା ଟି ନଲେଜ୍ ପାର୍କ ଥାନା ଅଞ୍ଚଳର ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଦିଲ୍ଲୀରୁ ବିହାରର ମୁଜଫରପୁର ଯାଉଥିବା ଏହି ସ୍ଲିପର ବସ୍‌ରେ ହଠାତ୍ ନିଆଁ ଲାଗିବା ପରେ ଆତଙ୍କ ଖେଳିଯାଇଥିଲା। ବସ୍‌ରେ ମୋଟ ୩୨ ଜଣ ଯାତ୍ରୀ ଥିଲେ।  ବସର ତେଲ ଟାଙ୍କିରେ ଲିକ୍‌ ହେବା ପରେ ନିଆଁ ଲାଗିଥିବା କୁହାଯାଉଛି। ଘଟଣାର ସୂଚନା ପାଇବା ପରେ ଦମକଳ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହସ୍ତକ୍ଷେପ

ନୋଏଡାରେ ବସ୍‌ରେ ନିଆଁ ଲାଗିବା ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁତ୍ୱର ସହ ନେଇଛନ୍ତି। ସେ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ମଧ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ପରିବାର ସହ ଯୋଗାଯୋଗ କରି ସମ୍ଭାବ୍ୟ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନ ଦେଇଛନ୍ତି। ଏଥିସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅଧିକାରୀମାନେ, ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରୁଛନ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି। ଅଧିକାରୀମାନେ ବସ୍‌ରେ ଥିବା ଯାତ୍ରୀମାନଙ୍କୁ ପଚରାଉଚରା କରୁଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button