Cab Driver Returns Wallet: କ୍ୟାବ୍ରେ ଛାଡ଼ିଦେଇଥିଲେ ୱାଲେଟ୍, ଭିତରେ ଥିଲା ବାପାଙ୍କ ଶେଷ ଫଟୋ; ଫେରାଇଦେଲେ ଡ୍ରାଇଭର, ଭାବବିହ୍ୱଳ ହେଲେ ଭାରତୀୟ ମହିଳା…
ଦୁବାଇରେ ରହୁଥିବା ଭାରତୀୟ ମହିଳା ବର୍ତ୍ତିକା ଶର୍ମାଙ୍କ ୱାଲେଟ୍ ଏକ କ୍ୟାବ୍ରେ ଛାଡ଼ି ହୋଇଯାଇଥିଲା। ୱାଲେଟ୍ ଭିତରେ ଟଙ୍କା, କାର୍ଡ ଓ ପାସପୋର୍ଟ ଥିବାରୁ ସେ ଚିନ୍ତିତ ହୋଇପଡ଼ିଥିଲେ।

ନୂଆଦିଲ୍ଲୀ: ଦୁବାଇରେ ରହୁଥିବା ଭାରତୀୟ ମହିଳା ବର୍ତ୍ତିକା ଶର୍ମାଙ୍କ ୱାଲେଟ୍ ଏକ କ୍ୟାବ୍ରେ ଛାଡ଼ି ହୋଇଯାଇଥିଲା। ୱାଲେଟ୍ ଭିତରେ ଟଙ୍କା, କାର୍ଡ ଓ ପାସପୋର୍ଟ ଥିବାରୁ ସେ ଚିନ୍ତିତ ହୋଇପଡ଼ିଥିଲେ। କିନ୍ତୁ ଏସବୁଠାରୁ ବଡ଼ ଚିନ୍ତା ଥିଲା ୱାଲେଟ୍ ଭିତରେ ରହିଥିବା ତାଙ୍କ ଦିବଙ୍ଗତ ବାପାଙ୍କ ଶେଷ ଫଟୋକୁ ନେଇ।
ବର୍ତ୍ତିକା ନିଜର ଏହି ଅନୁଭୂତି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ କହିଛନ୍ତି, ବାପାଙ୍କ ଦେହାନ୍ତ ଗତ ଡିସେମ୍ବରରେ ହୋଇଥିଲା। ତାଙ୍କ ପାଖରେ ବାପାଙ୍କ ଏହି ଛୋଟ ଫଟୋଟି ଶେଷ ସ୍ମୃତି ଭାବେ ରହିଥିଲା। ତେଣୁ ୱାଲେଟ୍ ହଜିଯିବା ପରେ ଟଙ୍କା କିମ୍ବା କାର୍ଡ ଅପେକ୍ଷା ତାଙ୍କୁ ବାପାଙ୍କ ଫଟୋ ହରାଇବାର ଭୟ ଅଧିକ ଲାଗିଥିଲା।
କିଛି ଘଣ୍ଟା ପରେ ମିଳିଲା ଖୁସି ଖବର
ୱାଲେଟ୍ ହଜିଥିବା ଜାଣିବା ପରେ ବର୍ତ୍ତିକା କ୍ୟାବ୍ର ଗ୍ରାହକ ସେବା କେନ୍ଦ୍ର ସହ ଯୋଗାଯୋଗ କରିଥିଲେ। ଏହାପରେ ସେ କିଛି ଘଣ୍ଟା ଅପେକ୍ଷା କରିଥିଲେ। ଶେଷରେ ତାଙ୍କୁ ଖବର ମିଳିଲା ଯେ, କ୍ୟାବ୍ ଚାଳକ ତାଙ୍କ ୱାଲେଟ୍ ପାଇଛନ୍ତି ଏବଂ ଏହାକୁ ସୁରକ୍ଷିତ ଭାବେ ରଖିଛନ୍ତି।
ଏହି ଖବର ଶୁଣିବା ପରେ ବର୍ତ୍ତିକାଙ୍କ ମନରୁ ସବୁଠାରୁ ବଡ଼ ଚିନ୍ତା ଦୂର ହୋଇଥିଲା। ତାଙ୍କ ବାପାଙ୍କ ଫଟୋ ସୁରକ୍ଷିତ ଥିବା ଜାଣି ସେ ଆଶ୍ୱସ୍ତ ହୋଇଥିଲେ।
ୱାଲେଟ୍ ଭିତରେ ସବୁକିଛି ଥିଲା ସୁରକ୍ଷିତ
ୱାଲେଟ୍ ଫେରିପାଇବା ପରେ ବର୍ତ୍ତିକା ଦେଖିଥିଲେ ଯେ, ଟଙ୍କା, କାର୍ଡ ଓ ପାସପୋର୍ଟ ସବୁ ଠିକ୍ଠାକ୍ ରହିଛି। ସବୁଠାରୁ ବଡ଼ କଥା, ତାଙ୍କ ବାପାଙ୍କ ଶେଷ ଫଟୋଟି ମଧ୍ୟ ସୁରକ୍ଷିତ ଥିଲା। ୱାଲେଟ୍ ଫେରାଇବା ପରେ ବର୍ତ୍ତିକା ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଥିଲେ। ତାଙ୍କ ଇମାନଦାରି ପାଇଁ କିଛି ଟଙ୍କା ଦେବାକୁ ମଧ୍ୟ ଚାହିଁଥିଲେ। ହେଲେ ଡ୍ରାଇଭର ଟଙ୍କା ନେବାକୁ ମନା କରିଦେଇଥିଲେ।
ସୌଜନ୍ୟ ସମ୍ବାଦ




