Accident: ପାର୍କିଂରେ ଥିବା ଟ୍ରକ୍କୁ ଶକ୍ତ ଧକ୍କା ଦେଲା ଅନିୟନ୍ତ୍ରିତ କାର୍; ତିନି ଜଣ ଖେଳାଳିଙ୍କର ମୃତ୍ୟୁ
‘ଏକ୍ସପ୍ରେସ୍ୱେ’ର କଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରକ୍କୁ ଅନିୟନ୍ତ୍ରିତ କାର୍ ଶକ୍ତ ଧକ୍କା ଦେଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୩ଜଣ ଖେଳାଳିଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଆଜି ସକାଳୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ସୁଲତାନପୁର: ‘ଏକ୍ସପ୍ରେସ୍ୱେ’ର କଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରକ୍କୁ ଅନିୟନ୍ତ୍ରିତ କାର୍ ଶକ୍ତ ଧକ୍କା ଦେଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୩ଜଣ ଖେଳାଳିଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଆଜି ସକାଳୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମାଇଲଷ୍ଟୋନ ୯୭.୫ ନିକଟରେ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇ ପାର୍କିଂ ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାରରେ ଥିବା ଦେଓରିଆର ତିନି ଜଣ ଆଥଲେଟ୍ ମୃତ୍ୟୁବରଣ କରିଛନ୍ତି।
ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଧକ୍କା ଏତେ ତୀବ୍ର ଥିଲା ଯେ ଏର୍ଟିଗା କାରଟି ଖଣ୍ଡ ଖଣ୍ଡ ହୋଇ ଯାଇଥିଲା। ପଥଚାରୀ ଏବଂ ୟୁପିଡିଏ ସୁରକ୍ଷା କର୍ମୀମାନେ ବହୁତ ଚେଷ୍ଟା ପରେ କାରର ଗେଟ୍ ଭାଙ୍ଗି ଆହତମାନଙ୍କୁ ବାହାର କରିଥିଲେ। ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଅଯୋଧ୍ୟା ମେଡିକାଲ୍ କଲେଜକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାର ତଦନ୍ତ ଜାରି
ମୃତକମାନେ ନିତ୍ୟ ପ୍ରଜାପତି (୨୨), ଇରଫାନ ଅନସାରୀ (୨୦) ଏବଂ ଅନିକେତ (୨୪)। ସେମାନେ ଲକ୍ଷ୍ନୌରୁ ଦେଓରିଆ ଯାତ୍ରା କରୁଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଏସଡିଏମ୍ ବଲଦିରାଇ ପ୍ରଭାତ ସିଂହ, ପୁଲିସ ଏବଂ ୟୁପିଡିଏ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତକଙ୍କ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପ୍ରକ୍ରିୟା ଆରମ୍ଭ କରିଛି। ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି।
ସୌଜନ୍ୟ ସମ୍ବାଦ




