ରାଜ୍ୟ

Kendrapara Chowra Demolition: ୧୦୦ ବର୍ଷର ପୁରୁଣା ଚଉଁରା ଉଚ୍ଛେଦ ପ୍ରସଂଗ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

କେନ୍ଦ୍ରାପଡ଼ା ସହରର ପୌରାଞ୍ଚଳ ଅନ୍ତର୍ଗତ ଈଶ୍ବରପୁର ମୌଜାରେ ଥିବା ୧୦୦ବର୍ଷର ପୁରାତନ ଚଉଁରା ଓ ପିଣ୍ଡି ଭାଙ୍ଗିବା ପାଇଁ ଜିଲ୍ଲାପାଳ ପ୍ରଦାନ କରିଥିବା ୨୦୨୬, ଏପ୍ରିଲ ୧୫ର ଉଚ୍ଛେଦ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

କଟକ: କେନ୍ଦ୍ରାପଡ଼ା ସହରର ପୌରାଞ୍ଚଳ ଅନ୍ତର୍ଗତ ଈଶ୍ବରପୁର ମୌଜାରେ ଥିବା ୧୦୦ବର୍ଷର ପୁରାତନ ଚଉଁରା ଓ ପିଣ୍ଡି ଭାଙ୍ଗିବା ପାଇଁ ଜିଲ୍ଲାପାଳ ପ୍ରଦାନ କରିଥିବା ୨୦୨୬, ଏପ୍ରିଲ ୧୫ର ଉଚ୍ଛେଦ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଓଡ଼ିଶା ସରକାରୀ ଜମି ଜବରଦଖଲ ନିବାରଣ ଆଇନ (ଓପିଏଲଇ), ୧୯୭୨ ଅନୁସାରେ ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ପ୍ରଦାନ କରି ନଥିବା ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଆଇନ ପ୍ରଦତ୍ତ କ୍ଷମତା ବାହାରକୁ ଯାଇ ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ପ୍ରଦାନ କରିଥିବାରୁ ଏହା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ରାପଡ଼ା ସହରର ଭଗବାନପୁରର ବାସିନ୍ଦା ଗୌରୀଶଙ୍କର କର ଓ ଅନ୍ୟ ତିନି ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button