Assam: ଆସାମରେ MBBS ପଢ଼ା ହେଲା ମହଙ୍ଗା; ପରିବାରର ବାର୍ଷିକ ଆୟ ଆଧାରରେ ନିର୍ଦ୍ଧାରିତ ହେବ ଫି’
ଆସାମର ସରକାରୀ ମେଡିକାଲ କଲେଜଗୁଡ଼ିକରେ ଏମବିବିଏସ (MBBS) ଓ ବିଡିଏସ (BDS) ପାଠପଢ଼ା ଫି’ରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ, ଏବେ ଡାକ୍ତରୀ ପାଠପଢ଼ା ଫି’କୁ ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ସହିତ ଯୋଡ଼ାଯାଇଛି।

ଗୁଆହାଟୀ: ଆସାମର ସରକାରୀ ମେଡିକାଲ କଲେଜଗୁଡ଼ିକରେ ଏମବିବିଏସ (MBBS) ଓ ବିଡିଏସ (BDS) ପାଠପଢ଼ା ଫି’ରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ, ଏବେ ଡାକ୍ତରୀ ପାଠପଢ଼ା ଫି’କୁ ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ସହିତ ଯୋଡ଼ାଯାଇଛି। ଏହି ନୂତନ ଆୟ-ଭିତ୍ତିକ ଫି’ ଢାଞ୍ଚା ଯୋଗୁଁ ଉଚ୍ଚ ଆୟବର୍ଗର ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଫି’ ପ୍ରାୟ ୬ ଗୁଣ ପର୍ଯ୍ୟନ୍ତ ବୃଦ୍ଧିପାଇଥିବା ବେଳେ ଗରିବ ଓ କମ୍ ଆୟବର୍ଗର ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି।
ଆୟ ଅନୁସାରେ ଫି’ ଢାଞ୍ଚା:
୯ ଲକ୍ଷରୁ ଅଧିକ ଆୟ: ଯେଉଁ ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ୯ ଲକ୍ଷ ଟଙ୍କାରୁ ଅଧିକ, ସେମାନଙ୍କୁ ଏମବିବିଏସ ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା ଏବଂ ବିଡିଏସ ପାଇଁ ୭୫,୦୦୦ ଟଙ୍କା ଫି’ ଦେବାକୁ ପଡ଼ିବ।
୪ ରୁ ୯ ଲକ୍ଷ ଆୟ: ବାର୍ଷିକ ୪ ଲକ୍ଷରୁ ୯ ଲକ୍ଷ ଟଙ୍କା ଆୟ ଥିବା ମଧ୍ୟମ ଆୟବର୍ଗର ପରିବାରର ଛାତ୍ରଛାତ୍ରୀଙ୍କୁ ଏମବିବିଏସ ପାଇଁ ବାର୍ଷିକ ୫୦,୦୦୦ ଟଙ୍କା ଏବଂ ବିଡିଏସ ପାଇଁ ୩୭,୫୦୦ ଟଙ୍କା ଦେବାକୁ ହେବ।
ସୌଜନ୍ୟ ସମ୍ବାଦ




