ଦେଶ ବିଦେଶ

Attack: ପୋଲାଣ୍ଡରେ ହାଇ ସ୍କୁଲ୍‌ ପରିସରରେ ଛୁରୀମାଡ଼, ୮ ଛାତ୍ର ଓ ଶିକ୍ଷକ ଆହତ

ପୋଲାଣ୍ଡର ଏକ ହାଇସ୍କୁଲ୍‌ ପରିସରରେ ହଠାତ୍‌ ସ୍କୁଲ୍‌ ଛାତ୍ରମାନଙ୍କ ଉପରେ ଜଣେ ଛୁରୀମାଡ଼ କରିଥିଲା। ଛୁରୀମାଡ଼ ଯୋଗୁ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ମଧ୍ୟ ଅଛି।

ନୂଆଦିଲ୍ଲୀ: ପୋଲାଣ୍ଡର ଏକ ହାଇସ୍କୁଲ୍‌ ପରିସରରେ ହଠାତ୍‌ ସ୍କୁଲ୍‌ ଛାତ୍ରମାନଙ୍କ ଉପରେ ଜଣେ ଛୁରୀମାଡ଼ କରିଥିଲା। ଛୁରୀମାଡ଼ ଯୋଗୁ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ମଧ୍ୟ ଅଛି। ଛୁରୀମାଡ଼ କରିଥିବା ଜଣେ ୧୯ ବର୍ଷୀୟ କି‌ଶୋରକୁ ପୁଲିସ ଗିରଫ କରିଛି।

ରାଜଧାନୀ ୱାର୍ସଠାରୁ ୨୦ କିମି ଉତ୍ତରରେ ଥିବା ଓଷ୍ଟ୍ରୋଲେକାର ଏକ ସ୍କୁଲ୍‌ରେ ଏହି ଆକ୍ରମଣ ହୋଇଛି। ମିଳିଥିବା ସୂଚନାନୁଯାୟୀ ଆକ୍ରମଣରେ କେବଳ ଛାତ୍ର ଏବଂ ଶିକ୍ଷକମାନେ ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ କିଶୋର ଜଣଙ୍କ ସ୍କୁଲ୍‌କୁ ପଶି ହଠାତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ସମସ୍ତ ଆହତଙ୍କୁ ଚିକିତ୍ସା କରାଯାଉଛି ଏବଂ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button