ରାଜ୍ୟ

ଏସିଏଫ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା : ଡିଏଫ୍‌ଓଙ୍କ ଜାମିନ ଘଟଣାରେ ସିଡି ଦାଖଲ ନିର୍ଦ୍ଦେଶ

କଟକ,୦୮/୧୦: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଆରମ୍ଭ ହୋଇଛି । ଏହି ମାମଲାର ଅପ୍-ଟୁ-ଡେଟ୍ କେସ୍ ଡାଏରୀ ବା ସିଡି ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ଆଦେଶ ଦେଇଛନ୍ତି । ସଂଗ୍ରାମ ବେହେରାଙ୍କ ଆଗୁଆ ଜାମିନ ଆବେଦନ ପୂର୍ବରୁ ହାଇକୋର୍ଟରେ ଖାରଜ ହୋଇଥିଲା । ଏହାପରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ନିୟମିତ ଜାମିନ ପାଇଁ ଆବେଦନ କରିବାକୁ ସୁଯୋଗ ଦିଆଯାଇଥଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button