ରାଜ୍ୟ

Minor Abuse Case: ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଅସଦାଚରଣ ମାମଲା: ଦୋଷୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ୨୦୨୦ ନାବାଳିକା ଅସଦାଚରଣ ମାମଲାରେ ସ୍ୱତନ୍ତ୍ର ପକ୍ସୋ ଅଦାଲତ ଦୋଷୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି।

ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ୨୦୨୦ରେ ଘଟିଥିବା ନାବାଳିକାଙ୍କୁ ଅସଦାଚରଣ ଓ ହତ୍ୟା ଧମକ ମାମଲାର ଶୁଣାଣି କରି ସ୍ବତନ୍ତ୍ର ପକ୍ସୋ ଅଦାଲତ ଅଭିଯୁକ୍ତ କୃଷ୍ଣ ମୁଣ୍ଡାଙ୍କୁ ‌ଦୋଷୀ ସାବ୍ୟସ୍ତ କରିଛନ୍ତି। ଗୁରୁବାର ତାକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟେ କାରାଦଣ୍ଡ ଅଧିକ ୩ ମାସ ବୃଦ୍ଧି ହେବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button