ରାଜ୍ୟ
Odisha Joins ‘Josh’ Campaign ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ‘ଜୋସ୍’ରେ ଯୋଗଦେଲା ଓଡ଼ିଶା
ଯକ୍ଷ୍ମାମୁକ୍ତ ଭାରତ ପାଇଁ ଆରମ୍ଭ ହୋଇଥିବା ‘ଜୋସ୍’ ଅଭିଯାନରେ ଓଡ଼ିଶାର ଯୋଗଦାନ। ଯୁବପିଢ଼ି, ସ୍ୱେଚ୍ଛାସେବୀ ଓ ଏନ୍ସିସି କ୍ୟାଡେଟ୍ଙ୍କୁ ସାମିଲ କରାଯିବ।

ଭୁବନେଶ୍ୱର: ଦେଶକୁ ଯକ୍ଷ୍ମାମୁକ୍ତ କରିବା ଦିଗରେ ଜନଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ସହ ଦେଶର ଯୁବଶକ୍ତିକୁ ଯକ୍ଷ୍ମା ନିରାକରଣ ଅଭିଯାନରେ ସକ୍ରିୟ ଭାବେ ସାମିଲ କରିବା ଉଦ୍ଦେଶ୍ୟରେ ଆଜି (ଗୁରୁବାର) ନୂଆଦିଲ୍ଲୀର ଭାରତ ମଣ୍ଡପଠାରେ ଜୋସ୍ର ଜାତୀୟ ଶୁଭାରମ୍ଭ କରାଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟା, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ , ସାଂସଦ ଏବଂ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଅଭାଷୀ ମାଧ୍ୟମରେ ଯୋଗଦାନ କରିଥିଲେ ।
ସୌଜନ୍ୟ ସମ୍ବାଦ




