ରାଜ୍ୟ

Tribute to Nana Patekar ଓଡ଼ିଶା ସିନେ କ୍ରିଟିକ୍‌ ପକ୍ଷରୁ ନାନା ପାଟେକରଙ୍କୁ ଶ୍ରଦ୍ଧାଞ୍ଜଳି

ନାନା ପାଟେକରଙ୍କ ପରଲୋକରେ ଭୁବନେଶ୍ୱରରେ ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ୍‌ ପକ୍ଷରୁ ଶୋକସଭା। ତାଙ୍କ ଅଭିନୟ ଓ ସଂଘର୍ଷମୟ ଜୀବନକୁ ମନେ ପକାଇଲେ ସଦସ୍ୟ।

ଭୁବନେଶ୍ୱର: ଭାରତୀୟ ସିନେମା ଜଗତର ପ୍ରକ୍ଷାତ ଅଭିନେତା ତଥା ନିଜର ନିଛକ ଅଭିନୟ ପାଇଁ ସର୍ବଦା ପରିଚିତ ନାନା ପାଟ୍ଟେକରଙ୍କର ପରଲୋକରେ ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ୍‌ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭା କକ୍ଷରେ ସିନେ କ୍ରିଟିକ୍‌ ପକ୍ଷରୁ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସିନେ କ୍ରିଟିକ୍‌ର ସଂପାଦକ ଦିଲୀପ ହାଲି ନାନାଙ୍କ ନିଆରା ଜୀବନଶୈଳୀ ଓ ଅଭିନୟର ସ୍ୱତନ୍ତ୍ରତା ସମ୍ପର୍କରେ କହିଥିଲେ।

ମହାବୋଧି ସୋସାଇଟ୍‌ର ସଂପାଦକ ଡ. ସୌରେନ୍‌ ମହାପତ୍ର, ପ୍ରଯୋଜକ ଲୁଟୁ ମହାନ୍ତି, ଅତୀଶ ରାଉତ, ଶ୍ରୀଧର ମାର୍ଥା, ସଂଗୀତଜ୍ଞ ରୁଦ୍ର ପ୍ରସାଦ ନାୟକ, ସିନେମାଟୋଗ୍ରାଫର ମଣ୍ଟୁ ସିଂ, ରବୀନ୍ଦ୍ର ବିଶ୍ୱାଳ, ସମାଜସେବୀ ସିଦ୍ଧାର୍ଥ ପଣ୍ଡା ଓ ସିନେ ଗବେଷକ ଡ ମାଧବ ବେହୁରା ପ୍ରମୁଖ ସ୍ୱର୍ଗତ ପାଟେକରଙ୍କ ସଂଘର୍ଷମୟ ଅଭିନୟ ଜୀବନ ବିଷଶଷକରି ପରିନ୍ଦା, ତ୍ରିରଙ୍ଗା, କ୍ରାନ୍ତିବୀର ଫିଲ୍ମ ଉପରେ ଆଲୋକପାତ କରିଥିଲେ। ଶେଷରେ ନାନାଙ୍କ ସ୍ମୃତିରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯିବାସହ ଭଗବାନ ତାଙ୍କ ଆତ୍ମାକୁ ସଦ୍‌ଗତି ପ୍ରଦାନ କରନ୍ତୁ ବୋଲି କାମନା କରାଯାଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button