ରାଜ୍ୟ
Vigilance Raid: ସକାଳୁ ସକାଳୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ପଶିଲା ଭିଜିଲାନ୍ସ, ୮ଟି ଠିକଣାରେ ଚାଲିଛି ରେଡ୍

ସୁନ୍ଦରଗଡ଼ ୦୯/୧୦: ଭିଜିଲାନ୍ସ ପଞ୍ଝାରେ ପ୍ରକଳ୍ପ ନିର୍ଦ୍ଦେଶକ। ସୁନ୍ଦରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ପ୍ରସନ୍ନ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି । ସୁନ୍ଦରଗଡ଼ ସହର ସ୍ଥିତ ସରକାରୀ ବାସଭବନ ସମେତ ୮ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍। ବାସଭବନରେ ଛାନ୍ଭିନ୍ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗପତ୍ର ଜବତ କରାଯାଇଛି। ବର୍ତ୍ତମାନ ଦସ୍ତାବିଜ ଯାଞ୍ଚ ଚାଲିଛି। ରେଡ୍ ଶେଷ ହେବା ପରେ ସମ୍ପତ୍ତିର ସଠିକ୍ ତଥ୍ୟ ମିଳିପାରିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ସୌଜନ୍ୟ ପ୍ରମେୟ




