ରାଜ୍ୟ

Student Union Election : ଦେବରାୟ କଲେଜରେ ନିର୍ବାଚନୀ ହିଂସା, ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ, ବୁଲିଲା ବ୍ୟାଟ ଓ ହକି ଷ୍ଟିକ୍‌

ଭୁବନେଶ୍ୱର ୦୯/୧୦: ଛାତ୍ର ସଂସଦ ନିର୍ବାଚନ ନାମାଙ୍କନ ପୂର୍ବରୁ ହିଂସା। ପୂର୍ବ ଶତ୍ରୁତାରୁ ଦେବରାୟ କଲେଜରେ ନିର୍ବାଚନୀ ହିଂସା  ଉପୁଜିଛି । ଗୁରୁବାର ସନ୍ଧ୍ୟାରେ କଲେଜ ମୁଖ୍ୟ ଫାଟକ  ସାମ୍ନାରେ ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବ୍ୟାଟ ଓ ହକି  ଷ୍ଟିକ୍‌ରେ ପରସ୍ପର ସହ ମାର୍‌ପିଟ୍‌ ଲାଗିଛନ୍ତି । ଏଥିରେ ୨ଜଣ  ନାବାଳକ ଆହତ ହୋଇଛନ୍ତି । ଜଣଙ୍କ ଆଙ୍ଗୁଠି ଭାଙ୍ଗିଯାଇଥିବା  ବେଳେ ଅନ୍ୟଜଣେ ନାବାଳକର ଏକାଧିକ କ୍ଷତ ଚିହ୍ନ  ରହିଛି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା  ପାଇଁ ପଠାଯାଇଛି । ଆକ୍ରମଣ ବେଳେ କଲେଜ ଆଖପାଖ  ଅଞ୍ଚଳର ବାସିନ୍ଦା ଡରିଯାଇଥିଲେ । ନୂଆପଲ୍ଲୀ ଥାନା ପୁଲିସ  ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଛି । ପୁଲିସ ଘଟଣାସ୍ଥଳରୁ କିଛି ଅଣଛାତ୍ରଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା  କରୁଛି ।

ପୁଲିସ ତନାଘନାରୁ ଜଣାପଡି଼ଛି, ଗତ ଗଣେଶ ପୂଜା  ବେଳେ ଜଣେ ନାବାଳକ ଉକ୍ତ କଲେଜର ଜଣେ ଛାତ୍ରୀଙ୍କୁ  କମେଣ୍ଟ ମାରିଥିଲା । କଲେଜର କିଛି ସହପାଠୀ ସମେତ  ଅନ୍ୟ ଅଣଛାତ୍ରମାନଙ୍କ ସହ ଏନେଇ ଝଗଡ଼ା ହୋଇଥିଲା ।  ପୂର୍ବ ଶତ୍ରୁତାରୁ ଆଜି ଆକ୍ରମଣ ଘଟିଥିବା ଅନୁମାନ କରୁଛି  ପୁଲିସ । କିନ୍ତୁ ନିର୍ବାଚନକୁ ଲକ୍ଷ୍ୟ କରି ଆଜିଠୁ କଲେଜ କ୍ୟାମ୍ପସରେ ପୁଲିସ ଫୋର୍ସ ମୁତୟନ କରାଯିବ ।

​​​​​​​

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button