ରାଜ୍ୟ
SI recruitment exam scam: ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ: ୯ ସ୍ଥାନରେ ଇଡି ଚଢ଼ଉ, କୋଟି କୋଟି ଟଙ୍କା କାରବାରର ଖୋଳତାଡ଼
ଓଡ଼ିଶା ପୁଲିସରେ ସବ୍ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା କେଳେଙ୍କାରୀ ମାମଲାରେ ବହୁ କୋଟିର କାରବାର ନେଇ ତଦନ୍ତକୁ ବ୍ୟାପକ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜେଲ୍ରେ ଥିବା ଅଭିଯୁକ୍ତ ମୁନା ମହାନ୍ତିଙ୍କ କଳାପଥରସ୍ଥିତ ଘର...

ଭୁବନେଶ୍ୱର: ଓଡ଼ିଶା ପୁଲିସରେ ସବ୍ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା କେଳେଙ୍କାରୀ ମାମଲାରେ ବହୁ କୋଟିର କାରବାର ନେଇ ତଦନ୍ତକୁ ବ୍ୟାପକ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜେଲ୍ରେ ଥିବା ଅଭିଯୁକ୍ତ ମୁନା ମହାନ୍ତିଙ୍କ କଳାପଥରସ୍ଥିତ ଘର, ପଞ୍ଚ ସଫ୍ଟ ଟେକ୍ନୋଲୋଜିର ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍ର ସୁରେଶ ନାୟକଙ୍କ ବାସଭବନ ସମେତ ଶୁକ୍ରବାର ରାଜ୍ୟର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି। ନିଯୁକ୍ତି ଓ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କେଳେଙ୍କାରୀରେ କୋଟି କୋଟି ଟଙ୍କାର ଆର୍ଥିକ କାରବାର ହୋଇଥିବା ବେଳେ କେଉଁ ଉତ୍ସରୁ ଟଙ୍କା ଆସିଥିଲା, କେଉଁମାନେ ଆର୍ଥିକ ଲାଭବାନ ହୋଇଥିଲେ, ଏହି ଅର୍ଥକୁ ଅଭିଯୁକ୍ତମାନେ କେଉଁ ବାବଦରେ ବିନିଯୋଗ କରିଥିଲେ, ସେସବୁର ଖୋଳତାଡ଼ ଚାଲିଛି।
ସୌଜନ୍ୟ ସମ୍ବାଦ




