ରାଜ୍ୟ

Weather Forecast: ବଙ୍ଗୋପସାଗରରେ ୧୩ରେ ଲଘୁଚାପ ସମ୍ଭାବନା, ଓଡ଼ିଶାରେ ବଡ଼ ବର୍ଷା ଆଶଙ୍କା କମ୍‌, ବିଜୟା ଦଶମୀରେ ପାଗ ସୁଧୁରିପାରେ

ଭୁବନେଶ୍ୱର,୧୦/୧୦: ସମ୍ଭାବ୍ୟ  ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବଡ଼  ଧରଣର ବର୍ଷା ସମ୍ଭାବନା ନାହିଁ । ଏପରିକି ଦଶହରାବେଳକୁ ପାଗ ଶୁଖିଲା  ରହିପାରେ ।  ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ  (ଆଇଏମଡି) ସୂଚନା ଅନୁସାରେ ଗଲ୍ଫ  ଅଫ୍‌ ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ  ରହିଛି । ଏହା ୧୧ ତାରିଖବେଳକୁ ଉତ୍ତର  ଆଣ୍ଡାମାନକୁ ଆସିପାରେ । ଫଳରେ  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୧୩  ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି  ହେବା ସମ୍ଭାବନା ଅଛି ।

ଅନୁମାନ କରାଯାଉଛି, ରାଜ୍ୟରେ  ଲଗାଣ କିମ୍ବା ବଡ଼ ବର୍ଷା ସମ୍ଭାବନା କମ୍‌ ।  ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଦିନ ଓ ରାତି  ତାପମାତ୍ରାରେ ବିଶେଷ ପରିବର୍ତ୍ତନ  ହୋଇନପାରେ । ୧୫ ତାରିଖ ପର୍ଯ୍ୟନ୍ତ  ରାଜ୍ୟରେ ନିୟମିତ କିଛି ସ୍ଥାନରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା  ସମ୍ଭାବନା ଅଛି । ଗଞ୍ଜାମରୁ ବାଲେଶ୍ୱର  ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଓ ପାଖ  ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି  ଜାଗାରେ ଶନିବାର ହାଲୁକାରୁ ମଧ୍ୟମ  ଧରଣର ବର୍ଷା ହୋଇପାରେ । କିଛି  ଜାଗାରେ ଘଡ଼ଘଡ଼ି ସହ ବର୍ଷା, ପବନ  ହୋଇପାରେ । ଶୁକ୍ରବାର ଭୁବନେଶ୍ୱର ସମେତ କେତେକ ସ୍ଥାନରେ ଘଡ଼ଘଡ଼ି  ସହ ଅସରାଏ ଲେଖାଏଁ ବର୍ଷା ହୋଇଛି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର  (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର  ସାହୁ କହିଛନ୍ତି, ଟ୍ରଫଲାଇନ ବା ପୂର୍ବ ପଟୁ  ପବନ ପ୍ରବାହ ଯୋଗୁ ୧୩ ତାରିଖରୁ  ଓଡ଼ିଶାରେ ପାଗ ବଦଳିପାରେ । ୧୩  ରାତିରୁ ୧୫ ତାରିଖ ରାତି କିମ୍ବା ୧୬ ତାରିଖ  ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ  ବର୍ଷା ରହିପାରେ । ଗଞ୍ଜାମ, ପୁରୀ,  ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ,  ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର,  ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ  ବର୍ଷା ସମ୍ଭାବନା ଅଛି । ଗୋଟିଏ ଦୁଇଟି  ଜାଗାରେ ପ୍ରବଳ ବର୍ଷା ହୋଇପାରେ ।  ବ

ଭିନ୍ନ ଆକଳନ କରିଛନ୍ତି କୃଷି  ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ । ତାଙ୍କ ପୂର୍ବାନୁମାନ ଅନୁସାରେ  ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ  ଓଡ଼ିଶାରେ  ପାଗ ମୁଖ୍ୟତଃ ଶୁଖିଲା ରହିପାରେ । ହେଲେ ୧୭ରୁ ୧୯ ତାରିଖ (ସପ୍ତମୀରୁ  ମହାନବମୀ) ପର୍ଯ୍ୟନ୍ତ ଦକ୍ଷିଣ ଓ  ଉପକୂଳ ଓଡ଼ିଶାର କେତେକ ସ୍ଥାନରେ  ହାଲୁକା ଓ ଅଳ୍ପ କିଛି ଜାଗାରେ ମଧ୍ୟମ  ଧରଣର ବର୍ଷା ସମ୍ଭାବନା ଅଛି ।  ହେଲେ ୨୦ ତାରିଖ ବିଜୟା ଦଶମୀରେ  ପାଗ ସୁଧୁରିପାରେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button