ରାଜ୍ୟ

ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ, ସମ୍ବଲପୁରରେ ସ୍ବୟଂସେବକ ଏକତ୍ରୀକରଣ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ୱର,୧୦/୧୦: ରାଷ୍ଟ୍ରୀୟ  ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ  ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ  ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ  ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା  ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା  ସୂଚନା ଦେଇଛନ୍ତି ।

ସମ୍ବଲପୁର ଗସ୍ତ ଅବସରରେ ଡ.  ଶ୍ରୀ ଭାଗବତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ  ଅନୁଷ୍ଠିତ ହେବାକୁ ଥିବା ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ରବିବାର  ସମ୍ବଲପୁରଠାରେ ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତର  କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ସାଙ୍ଗଠନିକ  ବୈଠକରେ ଶତାବ୍ଦୀ ବର୍ଷର କାର୍ଯ୍ୟ ସମୀକ୍ଷା କରିବେ ।  ଏଥିସହ ଧନୁପାଲି ଶିଶୁ ବିଦ୍ୟାମନ୍ଦିର ସହ ଆଉ କିଛି  ବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ  ରହିଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ  ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦାନ କରିବେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button