ରାଶିଫଳ

Horoscope 2026 October 12: ଜାଣନ୍ତୁ ଆଜିର ରାଶିଫଳ

ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। ଘର କାମରେ ବଡ଼ ଭାଇଙ୍କର ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି କୌଣସି ସଭାର ଆୟୋଜନ କରିପାରନ୍ତି।

‌ମେଷ: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। ଘର କାମରେ ବଡ଼ ଭାଇଙ୍କର ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି କୌଣସି ସଭାର ଆୟୋଜନ କରିପାରନ୍ତି।

ବୃଷ: ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ। କାର୍ଯ୍ୟବ୍ୟସ୍ତତାରେ ଦିନଟି କଟିବ। ସନ୍ଧ୍ୟା ସୁଦ୍ଧା ସବୁ କାମ ସମାପ୍ତ ହୋଇଯିବ। ଜୀବନସାଥୀ ସହିତ ବୁଝାମଣା ବଜାୟ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ଲକ୍ଷ୍ୟକୁ ଶୀଘ୍ର ହାସଲ କରିନେବେ। ସମାଜରେ ମାନ ସମ୍ମାନ ବଢ଼ିବ। ଅଫିସରେ ଆପଣଙ୍କ ଭଲ କାମ ଦେଖି ତଳିଆ କର୍ମଚାରୀ ସମ୍ମାନ କରିବେ। ଘରକୁ ବନ୍ଧୁଙ୍କ ଆଗମନରେ ଖୁସିର ପରିବେଶ ସୃ‌ଷ୍ଟି ହେବ।

କର୍କଟ: ଯେଉଁ କାମ ଆପଣଙ୍କୁ ଅଶାନ୍ତ କରି ଆସୁଥିଲା ସେଥିରେ ସଫଳତା ମିଳିବାର ଯୋଗ ଅଛି। ଘରର ବରିଷ୍ଠ ସଦସ୍ୟଙ୍କର ବିଶେଷ ଧ୍ୟାନ ରଖିବେ। ନିଜର ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ।

ସିଂହ: ବ୍ୟବସାୟରେ ବିକ୍ରି ବଢ଼ିବ ଆଉ ଯଥେ‌ଷ୍ଟ ଲାଭ ପାଇବେ। ଘର କିଣିବା ଲାଗି ଯୋଜନା କରୁଥିବା ବ୍ୟକ୍ତି ସଫଳ ହେବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟ ଭଲ। ପଦୋନ୍ନତିର ସୁଯୋଗ ଅଛି।

କନ୍ୟା: ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ଅନ୍ୟ ବେପାରୀଙ୍କ ସହିତ ଡିଲ୍ କରିବେ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ରାଜନୈତିକ କାମ ପ୍ରତି ଅଧିକ ଆଗ୍ରହୀ ହେବେ।

ତୁଳା: କର୍ମଜୀବୀ ମହିଳା ଅଫିସରେ ପ୍ରୋତ୍ସାହନ ପାଇବେ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଶିକ୍ଷାକ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ଅବସର ମିଳିପାରେ। ସ୍ବାସ୍ଥ୍ୟରେ ସୁଧାର ହେବ।

ବିଛା: କୌଣସି ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରି ଆପଣଙ୍କୁ ବହୁତ ଖୁସି ମିଳିବ। ମହତ୍ତ୍ବପୂର୍ଣ୍ଣ କାମ ଲାଗି କାହାରିକୁ ସାହାଯ୍ୟ ମାଗିବେ। ପ୍ରେମୀଯୁଗଳ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।
ଧନୁ: କାହାରିକୁ ଦେଇଥିବା ଉଧାର ଫେରସ୍ତ ପାଇବେ। ନୂଆ ଜିନିଷ କିଣିବା ଲାଗି ବିଚାର କରିବେ। କାର୍ଯ୍ୟକ୍ଷେତ୍ରରେ ଅଧିକ କାମ କରିବାକୁ ପଡ଼ିବ। ସନ୍ଧ୍ୟାରେ ପରିବାର ସହିତ ଭଲ ସମୟ ଅତିବାହିତ କରିବେ।

ମକର: ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ମନରେ ସକାରାତ୍ମକତା ବଢ଼ିବ। ଅଫିସ କାମ ସହଜରେ ସମ୍ପାଦନ କରିବେ। ବେପାରରେ ଲାଭ ହେବ। ଛାତ୍ରଛାତ୍ରୀ କ୍ୟାରିଅର୍‌ ସମ୍ବନ୍ଧରେ ଶୁଭ ସୂଚନା ପାଇବେ। ‌

କୁମ୍ଭ: କୌଣସି ମାମଲାରେ ବୁଦ୍ଧି ଖଟାଇ ନିଷ୍ପତ୍ତି ନେବାକୁ ହେବ। ସନ୍ଧ୍ୟାରେ କୌଣସି ବ୍ୟକ୍ତିଙ୍କ ସହିତ ମିଶି ଗୁରୁତ୍ବପୂର୍ଣ୍ଣ ବିଷୟରେ ଚର୍ଚ୍ଚା କରିବେ। ଜୀବନସାଥୀ ଆପଣଙ୍କୁ କୌଣସି ଜିନିଷ ମାଗି ପାରନ୍ତି।

ମୀନ: କାମ ପୂରା କରିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଲେଖକ ସମାରୋହରେ ଅଂଶଗ୍ରହଣ କରିବାର ମଉକା ପାଇବେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button