ଦେଶ ବିଦେଶ
flood: ନେପାଳରେ ପୁଣି ଆକସ୍ମିକ ବନ୍ୟା, ୩୫ରୁ ଅଧିକ ଘର ଓ ସେତୁ ଭାସିଗଲା
ନେପାଳର ଗୋରଖା ଜିଲ୍ଲାରେ ରବିବାର ଭୋରରୁ ବୁଢ଼ୀ ଗଣ୍ଡକୀ ନଦୀରେ ଆକସ୍ମିକ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବନ୍ୟାରେ ୩୫ରୁ ଅଧିକ ଘର ଓ ଏକାଧିକ ସେତୁ ଭାସିଯାଇଥିବା ବେଳେ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣସ୍ଥଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

କାଠମାଣ୍ଡୁ: ନେପାଳର ଗୋରଖା ଜିଲ୍ଲାରେ ରବିବାର ଭୋରରୁ ବୁଢ଼ୀ ଗଣ୍ଡକୀ ନଦୀରେ ଆକସ୍ମିକ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବନ୍ୟାରେ ୩୫ରୁ ଅଧିକ ଘର ଓ ଏକାଧିକ ସେତୁ ଭାସିଯାଇଥିବା ବେଳେ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣସ୍ଥଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଛି। ନଦୀକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନେପାଳ ସରକାର ସତର୍କ କରାଇଛନ୍ତି।
ସୌଜନ୍ୟ ସମ୍ବାଦ




