ଦେଶ ବିଦେଶ

CPM: ରାଜ୍ୟସଭା ସାଂସଦ ଜନ୍‌ ବ୍ରିଟାସଙ୍କୁ ଦିଲ୍ଲୀ ପୁଲିସର ବର୍ବର ଆକ୍ରମଣ: ଆହତାବସ୍ଥାରେ ରାସ୍ତାରେ ଛାଡ଼ି ଯାଇଥିବା ସିପିଏମ୍‌ର ଅଭିଯୋଗ

ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ରବିବାର ପ୍ରଦର୍ଶନ ଚାଲିଥିବାବେଳେ ରାଜ୍ୟସଭା ସାଂସଦ ଜନ୍‌ ବ୍ରିଟାସ୍‌ଙ୍କୁ ପୁଲିସ ଅତି ବର୍ବର ଭାବେ ଆକ୍ରମଣ କରିବା ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି।

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ରବିବାର ପ୍ରଦର୍ଶନ ଚାଲିଥିବାବେଳେ ରାଜ୍ୟସଭା ସାଂସଦ ଜନ୍‌ ବ୍ରିଟାସ୍‌ଙ୍କୁ ପୁଲିସ ଅତି ବର୍ବର ଭାବେ ଆକ୍ରମଣ କରିବା ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ସିପିଏମ୍‌ ଅଭିଯୋଗ କରିଛି ଯେ, ସାଂସଦ ଦିଲ୍ଲୀ ପୁଲିସ ଆକ୍ରମଣରେ ଗମ୍ଭୀର ହୋଇପଡ଼ିଥିବାବେଳେ ତାଙ୍କୁ ରାସ୍ତାରେ ଛାଡ଼ି ଚାଲି ଯାଇଥିଲେ। ସିପିଏମ୍‌ ଏହି ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ଆକ୍ରମଣ କରିଛି। ଆହତ ବ୍ରିଟାସଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବ୍ରିଟାସ୍‌ କହିଛନ୍ତି, ଆନ୍ଦୋଳନରତ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) କର୍ମୀଙ୍କୁ ପୁଲିସ ଅଟକ ରଖିଥିବା ଖବର ପାଇ ସେ କନ୍ନଟ ପ୍ଲେସ୍‌ରେ ପହଞ୍ଚି ଥିଲେ। ସେ ଗଣମାଧ୍ୟମ ସହିତ କଥା ହେଉଥିବାବେଳେ ପୁଲିସ ତାଙ୍କୁ ଟାଣି ନେଇ ବସ୍‌ ଭିତରେ ଭର୍ତ୍ତି କରିଦେଇଥିଲା। ବସ୍‌ ଭିତରେ ତାଙ୍କୁ ପାଞ୍ଚଜଣ ସିଆର୍‌ପିଏଫ୍‌ ଯବାନ ଏମିତି ଭାବେ ଚାପି ଧରିଥିଲେ ଯେ ଅଣନିଶ୍ବାସୀ ହୋଇପଡ଼ିଥିଲେ। ସେ ଜଣେ ସାଂସଦ ବୋଲି ପରିଚୟ ଦେବା ସତ୍ତ୍ବେ ସେମାନେ ତାଙ୍କୁ ବର୍ବର ଭାବେ ଆକ୍ରମଣ କରିଥିଲେ। ପୁଲିସ ବଡିକ୍ୟାମେରା ସମୀକ୍ଷାବେଳେ ନିୟନ୍ତ୍ରଣ କକ୍ଷରୁ ଡିସିପି ସଚିନ ଶର୍ମା ତାଙ୍କୁ ଚିହ୍ନିପାରି ପୁଲିସକୁ ତାଙ୍କୁ ଛାଡ଼ି ଦେବାକୁ କହିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button