Trump: ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷ୍-ୟୁକ୍ରେନ୍ ମଧ୍ୟରେ ତୁରନ୍ତ ଲାଗୁ ହେବ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ବନ୍ଦ
ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ଏକ ରାଜିନାମା ହୋଇଥିବା ସେ ଦାବି କରିଛନ୍ତି।

ୱାସିଂଟନ: ରୁଷ୍–ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ଏକ ରାଜିନାମା ହୋଇଥିବା ସେ ଦାବି କରିଛନ୍ତି। ପରସ୍ପରର ଶକ୍ତିକେନ୍ଦ୍ର ଉପରେ ଏହି ଅସ୍ତ୍ରବିରତି ତୁରନ୍ତ ଲାଗୁ ହେବ ବୋଲି ଟ୍ରମ୍ପ କହିଛନ୍ତି। ତେବେ ଏହି ରାଜିନାମାର ସର୍ତ୍ତ, ଅବଧି ଓ ଏହାକୁ କିପରି କାର୍ଯ୍ୟକାରୀ କରାଯିବ, ସେ ସମ୍ପର୍କରେ ସେ କୌଣସି ବିସ୍ତୃତ ସୂଚନା ଦେଇନାହାନ୍ତି।
ଟ୍ରମ୍ପ ନିଜ ସାମାଜିକ ଗଣମାଧ୍ୟମ ‘ଟ୍ରୁଥ୍ ସୋସିଆଲ୍’ରେ ଏହି ଘୋଷଣା କରିଛନ୍ତି। ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ତୁରନ୍ତ ଶକ୍ତି କ୍ଷେତ୍ରରେ ଅସ୍ତ୍ରବିରତି ଲାଗୁ ହେଉଛି ଏବଂ ଉଭୟ ପକ୍ଷ ଏଥିରେ ରାଜି ହୋଇଛନ୍ତି ବୋଲି ସେ ଲେଖିଛନ୍ତି। ଏହି ରାଜିନାମା ଭଙ୍ଗ ନ କରିବାକୁ ମଧ୍ୟ ସେ ଉଭୟ ଦେଶକୁ ଆହ୍ୱାନ ଦେଇଛନ୍ତି। ୨୦୨୨ ଫେବ୍ରୁଆରିରେ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ୟୁକ୍ରେନ୍ର ଶକ୍ତି ଭିତ୍ତିଭୂମି ଉପରେ ରୁଷ୍ର ଆକ୍ରମଣ ଯୋଗୁଁ ଅନେକ ଅଞ୍ଚଳରେ ବିଦ୍ୟୁତ୍ ଓ ଉତ୍ତାପ ଯୋଗାଣ ପ୍ରଭାବିତ ହୋଇଛି।
ସୌଜନ୍ୟ ସମ୍ବାଦ




