ଦେଶ ବିଦେଶ

Modi: ବିଶ୍ୱକୁ ଆପଣଙ୍କ ସମାଧାନ ଦରକାର: ଚେନ୍ନାଇରେ ଯୁବପିଢ଼ିଙ୍କୁ ନୂଆ ସ୍ୱପ୍ନ ଦେଖାଇଲେ ମୋଦୀ

ଦେଶର ଯୁବପିଢ଼ି ବା ଜେନ୍‌-ଜିଙ୍କୁ ବଡ଼ ସ୍ୱପ୍ନ ଦେଖିବା ସହ ନିଜ ଦକ୍ଷତା ଉପରେ ଭରସା ରଖିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ଚେନ୍ନାଇରେ ଏକ ବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ସେ କହିଛନ୍ତି, ଆଜି ବିଶ୍ୱକୁ ଅନେକ ସମସ୍ୟାର ସମାଧାନ ଦରକାର ଏବଂ ଏହାର ସମାଧାନ କରିବାର ସାମର୍ଥ୍ୟ ଯୁବପିଢ଼ିଙ୍କ ପାଖରେ ରହିଛି

ଚେନ୍ନାଇ: ଦେଶର ଯୁବପିଢ଼ି ବା ଜେନ୍‌-ଜିଙ୍କୁ ବଡ଼ ସ୍ୱପ୍ନ ଦେଖିବା ସହ ନିଜ ଦକ୍ଷତା ଉପରେ ଭରସା ରଖିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ଚେନ୍ନାଇରେ ଏକ ବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ସେ କହିଛନ୍ତି, ଆଜି ବିଶ୍ୱକୁ ଅନେକ ସମସ୍ୟାର ସମାଧାନ ଦରକାର ଏବଂ ଏହାର ସମାଧାନ କରିବାର ସାମର୍ଥ୍ୟ ଯୁବପିଢ଼ିଙ୍କ ପାଖରେ ରହିଛି। ଏହା ହେଉଛି ସେମାନଙ୍କ ସମୟ ଓ ସୁଯୋଗ ବୋଲି ସେ କହିଛନ୍ତି।

ଚେନ୍ନାଇର ନନ୍ଦମ୍ବାକ୍କମ୍‌ସ୍ଥିତ ଚେନ୍ନାଇ ଟ୍ରେଡ୍‌ ସେଣ୍ଟର୍‌ରେ ଜୟଗୋପାଳ ଗାରୋଡିଆ ହିନ୍ଦୁ ବିଦ୍ୟାଳୟ ମାଟ୍ରିକ୍‌ ହାୟର୍‌ ସେକେଣ୍ଡାରି ସ୍କୁଲ୍‌ର ୫୦ତମ ବାର୍ଷିକ ସମାରୋହ ଆୟୋଜିତ ହୋଇଥିଲା। ଏଠାରେ ମୋଦୀ କହିଥିଲେ ଯେ, ବିକଶିତ ଭାରତ ଗଠନ ପାଇଁ ନୂଆ ଚିନ୍ତାଧାରା ଓ ସମାଧାନର ଆବଶ୍ୟକତା ରହିଛି। ଏହା କେବଳ ଭାରତର ଭବିଷ୍ୟତକୁ ନୁହେଁ, ବରଂ ସମଗ୍ର ବିଶ୍ୱର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିବ। ଯୁବପିଢ଼ିଙ୍କୁ ନିଜ ଚିନ୍ତାଧାରା ଉପରେ କାମ କରିବା, ବଡ଼ ସ୍ୱପ୍ନ ଦେଖିବା ଓ ଅନ୍ୟମାନଙ୍କଠାରୁ ଭିନ୍ନ ଭାବେ ଚିନ୍ତା କରିବାକୁ ସେ ପରାମର୍ଶ ଦେଇଥିଲେ। ତାମିଲ କବି ଭାରତିୟାରଙ୍କ ଉଦାହରଣ ଦେଇ ମୋଦୀ କହିଥିଲେ ଯେ, ତାଙ୍କ କବିତା ନିର୍ଭୀକ ଭାବେ ବଞ୍ଚିବାକୁ ପ୍ରେରଣା ଦିଏ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button