ଦେଶ ବିଦେଶ

Metro train: ଚେନ୍ନାଇ ମେଟ୍ରୋର ୪,୯୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କଲେ ମୋଦୀ

ତାମିଲନାଡୁର ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ନିର୍ମିତ ପୁନମଲ୍ଲୀ ବାଇପାସ୍‌ରୁ ବଡପାଳନି ପର୍ଯ୍ୟନ୍ତ ମେଟ୍ରୋ ରେଳପଥକୁ ରବିବାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରାୟ ୪,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ...

ଚେନ୍ନାଇ: ତାମିଲନାଡୁର ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ନିର୍ମିତ ପୁନମଲ୍ଲୀ ବାଇପାସ୍‌ରୁ ବଡପାଳନି ପର୍ଯ୍ୟନ୍ତ ମେଟ୍ରୋ ରେଳପଥକୁ ରବିବାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରାୟ ୪,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୧୫ କିଲୋମିଟର ଦୀର୍ଘ ରେଳପଥରେ ମୋଦୀ ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟଙ୍କ ସହ ମେଟ୍ରୋରେ ଯାତ୍ରା ମଧ୍ୟ କରିଛନ୍ତି। ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଉପସ୍ଥିତ ଥିଲେ।

ମେଟ୍ରୋ ସେବାର ଶୁଭାରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଟିକେଟ୍‌ କାଉଣ୍ଟରରୁ ଟିକେଟ୍‌ କିଣିଥିଲେ ଏବଂ ସେଠାରେ ଜଣେ କର୍ମଚାରୀଙ୍କ ସହ କିଛି ସମୟ କଥା ହୋଇଥିଲେ। ଏହାପରେ ସେ ମୁଖ୍ୟମନ୍ତ୍ରୀ ବିଜୟ ଓ ଅନ୍ୟ ଅଧିକାରୀଙ୍କ ସହ ମେଟ୍ରୋରେ ଯାତ୍ରା କରିଥିଲେ। ନୂଆ ରେଳପଥଟି ଚେନ୍ନାଇ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର କରିଡର୍‌-୪ର ଅଂଶ। ଏଥିରେ ୧୧ଟି ଉଚ୍ଚତାରେ ନିର୍ମିତ (ଏଲିଭେଟେଡ୍‌) ଷ୍ଟେସନ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଚେନ୍ନାଇର ପଶ୍ଚିମ ଉପକଣ୍ଠ ଅଞ୍ଚଳ ସହ ସହରର କେନ୍ଦ୍ରସ୍ଥଳର ଯୋଗାଯୋଗ ଅଧିକ ସୁଗମ ହେବ। ଏଥିସହ ଦୈନନ୍ଦିନ ଯାତ୍ରୀଙ୍କ ଯାତାୟାତ ସମୟ ହ୍ରାସ ପାଇବା ସହ ସଡ଼କରେ ଯାନବାହନ ଭିଡ଼ କମିବା ଆଶା କରାଯାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button