Dhruv Rathi: ଶୟନକକ୍ଷରୁ ଘୋଷାଡ଼ି ନେଲେ, ଚପଲ ପିନ୍ଧିବାକୁ ଦେଲେନି: ୟୁଟ୍ୟୁବର ଧ୍ରୁବ ରାଠୀ
ବିବାଦୀୟ ୟୁଟ୍ୟୁବର ଧ୍ରୁବ ରାଠୀ ତାଙ୍କୁ ଶୟନକକ୍ଷରୁ ଘୋଷାଡ଼ି ନେଇ ଅଟକ ରଖାଯାଇଥିବା ଅଭିଯୋଗ କରିଛନ୍ତି। ଶନିବାର ସକାଳ ପ୍ରାୟ ୭ଟାରେ ହରିୟାଣାର ଗୁରୁଗ୍ରାମସ୍ଥିତ ନିଜ ଘରେ ଶୋଇଥିବା ବେଳେ ପ୍ରାୟ ୨୦ ଜଣ ଲୋକ ଘରେ ପଶି ତାଙ୍କୁ ଉଠାଇ ନେଇଥିଲେ।

ଗୁରୁଗ୍ରାମ: ବିବାଦୀୟ ୟୁଟ୍ୟୁବରଧ୍ରୁବ ରାଠୀ ତାଙ୍କୁ ଶୟନକକ୍ଷରୁ ଘୋଷାଡ଼ି ନେଇ ଅଟକ ରଖାଯାଇଥିବା ଅଭିଯୋଗ କରିଛନ୍ତି। ଶନିବାର ସକାଳ ପ୍ରାୟ ୭ଟାରେ ହରିୟାଣାର ଗୁରୁଗ୍ରାମସ୍ଥିତ ନିଜ ଘରେ ଶୋଇଥିବା ବେଳେ ପ୍ରାୟ ୨୦ ଜଣ ଲୋକ ଘରେ ପଶି ତାଙ୍କୁ ଉଠାଇ ନେଇଥିଲେ। ସେମାନେ ପୁଲିସ ପୋଷାକରେ ନଥିଲେ କି ପରିଚୟପତ୍ର ଦେଖାଇ ନଥିଲେ ବୋଲି ରାଠୀ କହିଛନ୍ତି। ରବିବାର ଭୋର ପ୍ରାୟ ୩ଟାରେ ମୁକ୍ତ ହେବା ପରେ ଏକ ଭିଡିଓ ଜାରି କରି ସେ ଏହି ଅଭିଯୋଗ ଆଣିଛନ୍ତି। ଏହା ଗିରଫଦାରି ନୁହେଁ, ବରଂ ଅପହରଣ ବୋଲି ସେ କହିଛନ୍ତି।
ରାଠୀଙ୍କ କହିବା ଅନୁଯାୟୀ, ଘଟଣା ସମୟରେ ସେ ନିଜ ମାତାପିତାଙ୍କ ସହ ଘରେ ଥିଲେ। ତାଙ୍କ ମାଆ କବାଟ ଖୋଲିବା ପରେ ସାଦା ପୋଷାକ ପିନ୍ଧିଥିବା ଲୋକମାନେ ତାଙ୍କୁ ଠେଲାପେଲା କରି ଘର ଭିତରକୁ ପଶିଥିଲେ। ସେମାନେ ତାଙ୍କ ଶୟନକକ୍ଷରେ ପହଞ୍ଚିବାବେଳେ ସେ ଶୋଇଥିଲେ। କିଛି ବୁଝିବା ପୂର୍ବରୁ ତାଙ୍କୁ ଘୋଷାଡ଼ି ନେଇ ସିଡ଼ି ଦେଇ ତଳକୁ ଆଣିଥିଲେ। ଚପଲ ପିନ୍ଧିବାକୁ ମଧ୍ୟ ସୁଯୋଗ ଦିଆଯାଇ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ସୌଜନ୍ୟ ସମ୍ବାଦ




