ରାଜ୍ୟ

Police Raid Gambling Den ପାରଳାଖେମୁଣ୍ଡିରେ ଚଢ଼ାଉ: କଲ୍ୟାଣମଣ୍ଡପରେ ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଦେବିତି ନିକଟ କଲ୍ୟାଣମଣ୍ଡପରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୭୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖିଛି। ୧୨ ଲକ୍ଷ ଟଙ୍କା, ୯ଟି କାର୍‌ ଓ ୬୦ଟି ମୋବାଇଲ ଜବତ ହୋଇଛି।

୭୦ରୁ ଊର୍ଦ୍ଧ୍ୱ ଅଟକ, ୧୨ ଲକ୍ଷ ଟଙ୍କା ସହ ୯ କାର ଓ ୬୦ ମୋବାଇଲ ଜବତ

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ):ଗଜପତିଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ଦେବିତି ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉକରିଛି।

 ଗୁଇନ୍ଦା ସୂଚନା ଆଧାରରେ ଆଜି ପୁଲିସ ଉକ୍ତ କଲ୍ୟାଣମଣ୍ଡପରେ ଚଢ଼ାଉ କରିଥିଲା। ସେଥିରେ ଥିବା ୭୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ନିକଟରୁ ଜୁଆରେ ଲାଗିଥିବା ୧୨ ଲକ୍ଷ ଟଙ୍କା, ୯ଟି କାର୍‌ ଓ ୬୦ଟି ମୋବାଇଲ ଫୋନ୍‌ ଜବତ ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button