ଦେଶ ବିଦେଶ

Sensex: ସେନ୍‌ସେକ୍ସ ୫୪୮ ପଏଣ୍ଟ ଖସିଲା

ବିଦେଶୀ ନିବେଶକ ଇକ୍ବିଟି ସେୟାର ବିକ୍ରି ଜାରି ରଖିଥିବାରୁ ଦେଶର ଦୁଇ ଷ୍ଟକ୍‌ ବଜାର ଉପରେ ଚାପ ରହିଛି। ଆଜି ଉଭୟ ବଜାରରେ କାରବାର ଅସ୍ଥିର ଥିଲା। ତେବେ କାରବାର ଶେଷ ବେଳକୁ ସେଥିରେ ସୁଧାର ହୋଇଥିଲା।

ମୁମ୍ବାଇ: ବିଦେଶୀ ନିବେଶକ ଇକ୍ବିଟି ସେୟାର ବିକ୍ରି ଜାରି ରଖିଥିବାରୁ ଦେଶର ଦୁଇ ଷ୍ଟକ୍‌ ବଜାର ଉପରେ ଚାପ ରହିଛି। ଆଜି ଉଭୟ ବଜାରରେ କାରବାର ଅସ୍ଥିର ଥିଲା। ତେବେ କାରବାର ଶେଷ ବେଳକୁ ସେଥିରେ ସୁଧାର ହୋଇଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୫୪୭.୬୫ ପଏଣ୍ଟ ହ୍ରାସ ପାଇ ୭୧,୯୨୪.୬୮ ପଏଣ୍ଟରେ ବନ୍ଦ ହୋଇଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୫୭.୧୦ ପ୍ରତିଶତ ହ୍ରାସ ପାଇ ୨୨,୩୬୩.୩୫ ପଏଣ୍ଟରେ ବନ୍ଦ ହୋଇଥିଲା। ବିଦେଶୀ ନିବେଶକମାନେ ଅକ୍ଟୋବରରେ ଭାରତୀୟ ଇକ୍ବିଟି ବଜାରରୁ ୪୪ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସେମାନେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଣ୍ଠି ନେଇସାରିଲେଣି। ଆମେରିକା ବଣ୍ଡ୍‌ର ୟିଲ୍‌ଡ ଅଧିକ ରହିବା, ଅଶୋଧିତ ତୈଳ ଦର ଉଚ୍ଚା ରହୁଥିବାରୁ ବିଦେଶୀ ନିବେଶକମା‌ନେ ଭାରତରୁ ପାଣ୍ଠି ପ୍ରତ୍ୟାହାର କରୁଥିବା ବିଶେଷଜ୍ଞମାନେ କହିଛନ୍ତି। ୨୦୨୫ରେ ବିଦେଶୀ ନିବେଶକମାନେ ମୋଟ୍‌ ୧.୬୬ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଚଳିତ ବର୍ଷ ଶେଷ ହେବାକୁ ଆହୁରି ଅଢ଼େଇ ମାସ ବାକି ଥିବା ବେଳେ‌ ସେମାନେ ତାହାର ଦୁଇ ଗୁଣା ପାଖାପାଖି ପାଣ୍ଠି ଉଠାଇ ନେଲେଣି।

ଭାରତରୁ ପାଣ୍ଠି ପ୍ରତ୍ୟାହାର

ଭାରତୀୟ ଷ୍ଟକ୍‌ ବଜାରରେ ଯେଉଁ କିଛିଟା ସ୍ଥିରତା ରହିଛି, ତାହାର ମୁଖ୍ୟ କାରଣ ହେଉଛନ୍ତି ଘରୋଇ ନିବେଶକ। ସେମାନେ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ବିପୁଳ ନିବେଶ ଜାରି ରଖିଛନ୍ତି। ଆସୋସିଏସନ୍‌ ଅଫ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍‌ସ ଇନ୍‌ ଇଣ୍ଡିଆ (ଆମ୍ଫି) ତଥ୍ୟ ଅନୁସାରେ ଗତ ସେପ୍ଟେମ୍ବରରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ୩୮,୩୦୭ କୋଟି ଟଙ୍କା ନିବେଶ ହୋଇଥିଲା। ସିଷ୍ଟମେଟିକ୍‌ ଇନଭେଷ୍ଟମେଣ୍ଟ୍‌ ପ୍ଲାନ୍‌ (ଏସ୍‌ଆଇପି) ଜରିଆରେ ରେକର୍ଡ ୩୨,୪୯୦ କୋଟି ଟଙ୍କା ଆସିଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button