Earthquake: ପାନାମାରେ ପୁଣି ଭୂମିକମ୍ପ ଅନୁଭୂତ; ୨୭ ଜଣ ଆହତ
ପାନାମାର ଦକ୍ଷିଣ ଉପକୂଳରେ ଶୁକ୍ରବାର ଦିନ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ପରେ ସୋମବାର ଆଉ ଏକ ୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପ ୩୫ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା।

ପାନାମା ସିଟି: ପାନାମାର ଦକ୍ଷିଣ ଉପକୂଳରେ ଶୁକ୍ରବାର ଦିନ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ପରେ ସୋମବାର ଆଉ ଏକ ୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପ ୩୫ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା।
ସୂଚନାଯୋଗ୍ୟ ଗତ ଶୁକ୍ରବାର ଦିନ ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯାହା ଦେଶର କେନ୍ଦ୍ରୀୟ ପ୍ରଦେଶଗୁଡ଼ିକରେ ଶହ ଶହ ଘର ଏବଂ ଭିତ୍ତିଭୂମିକୁ କ୍ଷତିଗ୍ରସ୍ତ କରିଥିଲା। ୩୦୦ରୁ ଅଧିକ ଆଫ୍ଟରସକ ଅନୁଭୂତ ହୋଇଥିଲା। ସରକାର ସପ୍ତାହାନ୍ତରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।
ଭୂମିକମ୍ପ ଭାଙ୍ଗିଲା ୯୦ ଘର
ଜରୁରୀକାଳୀନ ଅଧିକାରୀଙ୍କ ଅନୁସାରେ କୌଣସି ମୃତ୍ୟୁ ଖବର ମିଳିନାହିଁ। କିନ୍ତୁ ଅତି କମରେ ୨୭ ଜଣ ଆହତ ହୋଇଛନ୍ତି ଏବଂ ପ୍ରାୟ ୯୦୦ ଘର କ୍ଷତିଗ୍ରସ୍ତ ହୋଇଛି। ଦୁର୍ଗମ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ଜାରି ରହିଥିବାରୁ ଆହତ ଏବଂ କ୍ଷୟକ୍ଷତି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅଧିକାରୀମାନେ ସତର୍କ କରାଇ ଦେଇଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ପ୍ରଦେଶଗୁଡ଼ିକ ମଧ୍ୟରେ ଲସ୍ ସାଣ୍ଟୋସ୍, କୋକ୍ଲେ, ଭେରାଗୁଆସ୍ ଏବଂ ହେରେରା ଅନ୍ତର୍ଭୁକ୍ତ, ଅଧିକାରୀମାନେ କହିଛନ୍ତି।
ସୌଜନ୍ୟ ସମ୍ବାଦ




