ରାଜ୍ୟ

Indian Army Drones: ଡ୍ରୋନ୍ ଭଣ୍ଡାର ବିସ୍ତାର କରୁଛି ଭାରତୀୟ ସେନା, ଚୀନ୍‌କୁ ଚେକ୍ ଦେବ ୨୨୫ ଡ୍ରୋନ୍

ନୂଆଦିଲ୍ଲୀ ୧୩/୧୦: ସୈନ୍ୟ କ୍ଷମତାକୁ ମଜଭୁତ କରିବା ପାଇଁ ଭାରତୀୟ ସେନାର ବିଶାଳ ଲମ୍ଫ । ଲଦାଖ ଓ ହିମାଳୟ କ୍ଷେତ୍ରରେ ନିରୀକ୍ଷଣ ଉଦ୍ଦେଶ୍ୟରେ ମୁତୟନ ଲାଗି ୨୨୫ ଫର୍ଷ୍ଟ-ପର୍ସନ୍ ଭ୍ୟୁ (ଏଫ୍‌ପିଭି) ଡ୍ରୋନ୍ ଅର୍ଡର୍ ଦେଇଛି ଭାରତୀୟ ସେନା । ଏହି ସୁଦୂର ଓ ଦୁର୍ଗମ ଅଞ୍ଚଳରେ ଖୁବ୍ ଉଚ୍ଚରେ ଭାରତୀୟ ସେନାର ଅନେକ ପୋଷ୍ଟ ରହିଛି । ତନ୍ମଧ୍ୟରୁ କିଛି ୧୮ ହଜାର ଫୁଟ ଉଚ୍ଚରେ ଅବସ୍ଥିତ । ୨୦୨୦ରେ ଗଲୱାନ ଘାଟିରେ ସଂଘର୍ଷ ପରଠୁ ଭାରତୀୟ ଆର୍ମି ନିଜର ସେନା ମୁତୟନ ବୃଦ୍ଧି କରିଛି ।

ସେବେଠୁ ଚୀନ୍ ମଧ୍ୟ ଏ ଅଞ୍ଚଳରେ ଡ୍ରୋନ୍ ପରିଚାଳନା ଓ ପ୍ରଦର୍ଶନ କରିଆସୁଛି । ଏଭରେଷ୍ଟ ଶୃଙ୍ଗ ନିକଟରେ ଏହା ଏକ ଡ୍ରୋନ୍ କେନ୍ଦ୍ର ପ୍ରତିଷ୍ଠା କରିଛି । ସୀମା ଉପରେ ନିରନ୍ତର ନଜର ରଖିବା, ନିରାପତ୍ତା, ଲଜିଷ୍ଟିକ୍ ଓ ଆପାତକାଳ କାର୍ଯ୍ୟକ୍ରମ ନିମନ୍ତେ ଉନ୍ନତ ଡ୍ରୋନ୍ ଟେକ୍ନୋଲୋଜିର ଉପଯୋଗ ଏହାର ଲକ୍ଷ୍ୟ । ଆଉ ଏକ ଚିନ୍ତାର ବିଷୟ ହେଉଛି ଏଭରେଷ୍ଟ ଶୃଙ୍ଗ ଉପରେ ଚୀନ୍‌ର ଡ୍ରୋନ୍ ପହଞ୍ଚିଛି । ଏଠାରେ ଜିନିଷପତ୍ର ପହଞ୍ଚାଇବା ଲାଗି ଏକ ନେପାଳୀ କମ୍ପାନି ଚୀନ୍ ଡ୍ରୋନ୍ ଉପଯୋଗ କରୁଛି । ଅବସରପ୍ରାପ୍ତ ଆର୍ମି ଅଫିସର ଲେଫନାଣ୍ଟ କର୍ଣ୍ଣେଲ ରଣଦୀପ ହୁନ୍‌ଡଲଙ୍କ ଦ୍ୱାରା ସ୍ଥାପିତ ଗୁଡ଼ଗାଓଁ ସ୍ଥିତ ଏରୋଡ୍ରୋନ୍ ରେବୋଟିକ୍ସ ପ୍ରା.ଲିଃ. ଭାରତୀୟ ସେନାକୁ ଏଫ୍‌ପିଭି ଡ୍ରୋନ୍ ଯୋଗାଇବ । ଏକ ଲମ୍ବା ପ୍ରତିଯୋଗିତାମୂଳକ ମୂଲ୍ୟାଙ୍କନ ଓ କ୍ଷେତ୍ର ପରୀକ୍ଷଣ ପରେ କମ୍ପାନି ଏହି ଚୁକ୍ତି ହାସଲ କଲା । ୧୭,୫୦୦ ଫୁଟ ଉଚ୍ଚରେ ଡ୍ରୋନ୍‌ଗୁଡ଼ିକୁ ପରୀକ୍ଷା କରାଯାଇଥିଲା । ଅତ୍ୟଧିକ ଉଚ୍ଚରେ ଅତି ପତଳା ଜଳବାୟୁ ଓ ଥଣ୍ଡା ପାଗରେ ତିଷ୍ଠିବାର କ୍ଷମତା, ସଠିକତା ହାର, ବେଗ ଓ ଅନ୍ୟ ଆବଶ୍ୟକ କାର୍ଯ୍ୟ ଆଧାରରେ ଡ୍ରୋନ୍ଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button