Rama Devi and Utkal: ହାତାହାତି, ଭଙ୍ଗାରୁଜା: ରମାଦେବୀ ଓ ଉତ୍କଳରେ ହାଇଡ୍ରାମା
ବାଦବିବାଦ ମଧ୍ୟରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସରିଛି। ସନ୍ଧ୍ୟା ସୁଦ୍ଧା ଫଳାଫଳ ମଧ୍ୟ ଘୋଷଣା ହୋଇଛି। ମାତ୍ର ରାଜଧାନୀର ଦୁଇଟି ଯାକ ହାଇପ୍ରୋଫାଇଲ୍ ଶିକ୍ଷାନୁଷ୍ଠାନ ଉତ୍କଳ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ନିର୍ବାଚନ ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଭୁବନେଶ୍ବର: ବାଦବିବାଦ ମଧ୍ୟରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସରିଛି। ସନ୍ଧ୍ୟା ସୁଦ୍ଧା ଫଳାଫଳ ମଧ୍ୟ ଘୋଷଣା ହୋଇଛି। ମାତ୍ର ରାଜଧାନୀର ଦୁଇଟି ଯାକ ହାଇପ୍ରୋଫାଇଲ୍ ଶିକ୍ଷାନୁଷ୍ଠାନ ଉତ୍କଳ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ନିର୍ବାଚନ ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। କେତେବେଳେ ଭୋଟ ଗଣତି ଅଧାରୁ ବନ୍ଦ ହୋଇଥିଲା ତ ଆଉ କେତେବେଳେ ଜାତୀୟ ରାଜପଥ ଅବରୋଧ କରିଥିଲେ ଛାତ୍ର ସଙ୍ଗଠନ। ଛାତ୍ର ସଂସଦ ନିର୍ବାଚନ ହୋଇଥିଲେ ସୁଦ୍ଧା କୌଣସି ଗୁଣରେ ସାଧାରଣ ନିର୍ବାଚନଠାରୁ କମ୍ ନ ଥିଲା। ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସତ, ମାତ୍ର ଏଠାରେ ଲଢ଼େଇ ସିଧାସଳଖ ଶାସକ ଓ ବିରୋଧୀ ଦଳ ମଧ୍ୟରେ ହୋଇଥିଲା। ନିର୍ବାଚନ ତାରିଖ ଘୋଷଣାଠାରୁ ଉଷ୍ମ ରହିଥିବା ଏଠାକାର କ୍ୟାମ୍ପସ୍ ରାଜନୀତି ଆଜି ଶୀର୍ଷରେ ପହଞ୍ଚିଥିଲା। ଆରୋପ, ପ୍ରତ୍ୟାରୋପ ସାଙ୍ଗକୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସମର୍ଥିତ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା କ୍ୟାମ୍ପସ୍ ପରିସ୍ଥିତିକୁ ଅଣାୟତ୍ତ କରିଥିଲା। ଦୁଇ ଛାତ୍ର ସଙ୍ଗଠନ ମଧ୍ୟରେ ଗଣ୍ଡଗୋଳ, ହାତାହାତି, ଭଙ୍ଗାରୁଜା ଦ୍ବାରା କ୍ୟାମ୍ପସ୍ ବାହାର ପରିବେଶ ଅଶାନ୍ତ ହେବା ସହ ଭୋଟ ଗଣତି ବହୁ ବିଳମ୍ବିତ ହୋଇଥିଲା।
ସୌଜନ୍ୟ ସମ୍ବାଦ




