ରାଜ୍ୟ

Rama Devi and Utkal: ହାତାହାତି, ଭଙ୍ଗାରୁଜା: ରମାଦେବୀ ଓ ଉତ୍କଳରେ ହାଇଡ୍ରାମା

ବାଦବିବାଦ ମଧ୍ୟରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସରିଛି। ସନ୍ଧ୍ୟା ସୁଦ୍ଧା ଫଳାଫଳ ମଧ୍ୟ ଘୋଷଣା ହୋଇଛି। ମାତ୍ର ରାଜଧାନୀର ଦୁଇଟି ଯାକ ହାଇପ୍ରୋଫାଇଲ୍‌ ଶିକ୍ଷାନୁଷ୍ଠାନ ଉତ୍କଳ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ନିର୍ବାଚନ ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଭୁବନେଶ୍ବର: ବାଦବିବାଦ ମଧ୍ୟରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସରିଛି। ସନ୍ଧ୍ୟା ସୁଦ୍ଧା ଫଳାଫଳ ମଧ୍ୟ ଘୋଷଣା ହୋଇଛି। ମାତ୍ର ରାଜଧାନୀର ଦୁଇଟି ଯାକ ହାଇପ୍ରୋଫାଇଲ୍‌ ଶିକ୍ଷାନୁଷ୍ଠାନ ଉତ୍କଳ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ନିର୍ବାଚନ ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। କେତେବେଳେ ଭୋଟ ଗଣତି ଅଧାରୁ ବନ୍ଦ ହୋଇଥିଲା ତ ଆଉ କେତେବେଳେ ଜାତୀୟ ରାଜପଥ ଅବରୋଧ କରିଥିଲେ ଛାତ୍ର ସଙ୍ଗଠନ। ଛାତ୍ର ସଂସଦ ନିର୍ବାଚନ ହୋଇଥିଲେ ସୁଦ୍ଧା କୌଣସି ଗୁଣରେ ସାଧାରଣ ନିର୍ବାଚନଠାରୁ କମ୍‌ ନ ଥିଲା। ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସତ, ମାତ୍ର ଏଠାରେ ଲଢ଼େଇ ସିଧାସଳଖ ଶାସକ ଓ ବିରୋଧୀ ଦଳ ମଧ୍ୟରେ ହୋଇଥିଲା। ନିର୍ବାଚନ ‌ତାରିଖ ଘୋଷଣାଠାରୁ ଉଷ୍ମ ରହିଥିବା ଏଠାକାର କ୍ୟାମ୍ପସ୍‌ ରାଜନୀତି ଆଜି ଶୀର୍ଷରେ ପହଞ୍ଚିଥିଲା। ଆରୋପ, ପ୍ରତ୍ୟାରୋପ ସାଙ୍ଗକୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସମର୍ଥିତ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା କ୍ୟାମ୍ପସ୍‌ ପରିସ୍ଥିତିକୁ ଅଣାୟତ୍ତ କରିଥିଲା। ଦୁଇ ଛାତ୍ର ସଙ୍ଗଠନ ମଧ୍ୟରେ ଗଣ୍ଡଗୋଳ, ହାତାହାତି, ଭଙ୍ଗାରୁଜା ଦ୍ବାରା କ୍ୟାମ୍ପସ୍‌ ବାହାର ପରିବେଶ ଅଶାନ୍ତ ହେବା ସହ ଭୋଟ ଗଣତି ବହୁ ବିଳମ୍ବିତ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button