ରାଜ୍ୟ

Hight Growth: ଉଚ୍ଚତା ବୃଦ୍ଧିରେ କୁପୋଷଣ ବାଧକ: ୧୩ହଜାର ପିଲା ଗେଡ଼ା

ବରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଉଚ୍ଚତା ସମ୍ପର୍କିତ ତଥ୍ୟ ଚିନ୍ତା ବଢ଼ାଇଛି। ଜିଲ୍ଲାର ମୋଟ ୮୧ହଜାର ୩୭୫ ଜଣ ଶିଶୁଙ୍କ ମଧ୍ୟରୁ ୧୩ହଜାର ୪୬୪ ପିଲାଙ୍କ ଉଚ୍ଚତା ବୟସ ତୁଳନାରେ କମ୍‌ ରହିଛି।

ବରଗଡ଼ (ସୁଦୀପ୍ତ ଷଡ଼ଙ୍ଗୀ): ବରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଉଚ୍ଚତା ସମ୍ପର୍କିତ ତଥ୍ୟ ଚିନ୍ତା ବଢ଼ାଇଛି। ଜିଲ୍ଲାର ମୋଟ ୮୧ହଜାର ୩୭୫ ଜଣ ଶିଶୁଙ୍କ ମଧ୍ୟରୁ ୧୩ହଜାର ୪୬୪ ପିଲାଙ୍କ ଉଚ୍ଚତା ବୟସ ତୁଳନାରେ କମ୍‌ ରହିଛି। ସେମାନଙ୍କ ଶାରୀରିକ ବିକାଶ ଚିନ୍ତାର କାରଣ ପାଲଟିଛି। ଶିଶୁଙ୍କ ଶରୀରରେ ପୁଷ୍ଟିର ଅଭାବ, ସନ୍ତୁଳିତ ଖାଦ୍ୟ ନ ମିଳିବା ଏବଂ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଉଚ୍ଚତା ଓ ଶାରୀରିକ ବିକାଶ ପ୍ରଭାବିତ ହେଉଥିବା ଆଶଙ୍କା ରହିଛି। ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶରେ ପ୍ରଥମ ପାଞ୍ଚ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପୁଷ୍ଟିକର ଖାଦ୍ୟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଟିକାକରଣ ଓ ଉପଯୁକ୍ତ ଯତ୍ନ ଦରକାର। ବରଗଡ଼ ଜିଲ୍ଲାରେ ମୋଟ ୮୧ ହଜାର ୩୭୫ ଜଣ ଶିଶୁଙ୍କ ମଧ୍ୟରୁ ୧୮୯୭ ପିଲାଙ୍କ ଉଚ୍ଚତା ମାତ୍ରାଧିକ କମ୍‌ ରହିଛି। ସେହିପରି ୧୧ ହଜାର ୫୬୭ ପିଲାଙ୍କ ଉଚ୍ଚତା ମଧ୍ୟ ସ୍ବାଭାବିକଠାରୁ କମ୍‌ ଅଛି। ଜିଲ୍ଲାର ଗ୍ରାମାଞ୍ଚଳରେ ପିଲାଙ୍କୁ ସନ୍ତୁଳିତ ଆହାର ନମିଳିବା ଏହାର ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି। ଏଣୁ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଏଭଳି ପିଲାଙ୍କୁ ଚିହ୍ନଟ କରି ପୁଷ୍ଟିକର ଖାଦ୍ୟ ପ୍ରଦାନ ଦିଗରେ ସରକାର ଗୁରୁତ୍ବ ଦେଉଛନ୍ତି। ବରଗଡ଼ ଜିଲ୍ଲାରେ ଏତେ ସଂଖ୍ୟକ ଶିଶୁଙ୍କ ଉଚ୍ଚତା ବୟସ ଅନୁପାତରେ କମ୍‌ ରହିବା ନିହାତି ଭାବେ ଚିନ୍ତାର ବିଷୟ ପାଲଟିଛି। ଏଥିପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କ ଓଜନ ଓ ଉଚ୍ଚତା ନିୟମିତ ମାପିବା ସହ ପୁଷ୍ଟିହୀନତା ଶିକାର ଶିଶୁଙ୍କୁ ଚିହ୍ନଟ କରି ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ‌ସେବା ଯୋଗାଇ ଦିଆଯାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button