ରାଜ୍ୟ

The Conspiracy of OCPL-OPGC: ଓସିପିଏଲ୍‌-ଓପିଜିସିର ଚକ୍ରାନ୍ତ: କୋଇଲା ଓ ବିଦ୍ୟୁତ୍‌ ମୂଲ୍ୟ ବଢ଼ିଯିବ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଫୁ

ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରଡ଼ିହି ନର୍ଥ କୋଇଲା ଖଣିର ବିକାଶ ତଥା ଉତ୍ପାଦନ ପରିଚାଳନା ପାଇଁ ‘ମାଇନ୍ ଡେଭଲପର୍ ଆଣ୍ଡ୍ ଅପରେଟର୍’ (ଏମ୍‌ଡିଓ) ଚୟନ ଟେଣ୍ଡର ପ୍ରକ୍ରିୟାକୁ ନେଇ ବିବାଦ ଦେଖାଦେଇଛି।

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରଡ଼ିହି ନର୍ଥ କୋଇଲା ଖଣିର ବିକାଶ ତଥା ଉତ୍ପାଦନ ପରିଚାଳନା ପାଇଁ ‘ମାଇନ୍ ଡେଭଲପର୍ ଆଣ୍ଡ୍ ଅପରେଟର୍’ (ଏମ୍‌ଡିଓ) ଚୟନ ଟେଣ୍ଡର ପ୍ରକ୍ରିୟାକୁ ନେଇ ବିବାଦ ଦେଖାଦେଇଛି। କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ମଡେଲ୍ ନିୟମାବଳୀ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ଏକ ନିର୍ଦ୍ଦିଷ୍ଟ ଏମ୍‌ଡିଓ ସଂସ୍ଥାକୁ ଅନୁକମ୍ପା ଦେଖାଇବା ପାଇଁ ଟେଣ୍ଡର ସର୍ତ୍ତାବଳୀ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଛି। ଏହା ସଫଳ ହେଲେ ଆଗାମୀ ଦିନ‌ରେ କୋଇଲା ଓ ବିଦ୍ୟୁତ୍‌ ମୂଲ୍ୟ ବଢ଼ିବା ଆଶଙ୍କା ଦେଖାଦେଇଛି। ଏହି ଅଭିଯୋଗ ଉପରେ ତୁରନ୍ତ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର୍ ଲିମିଟେଡ୍ (ଓସିପିଏଲ୍‌)ର ନିର୍ଦ୍ଦେଶକ ତଥା ସିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଟାଙ୍ଗରଡିହି ନର୍ଥ କୋଇଲା ଖଣିର ଏମ୍‌ଡିଓ ମନୋନୟନ ପ୍ରକ୍ରିୟା
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଫୁ
ଟେଣ୍ଡର ସର୍ତ୍ତାବଳୀରେ ନିର୍ଦ୍ଦିଷ୍ଟ କମ୍ପାନିକୁ ଅନୁକମ୍ପା ଅଭିଯୋଗ
ଓସିପିଏଲ୍‌କୁ ଶକ୍ତି ବିଭାଗର ରିପୋର୍ଟ ତଲବ

ଏମ୍‌ଡିଓ ଚୟନ ଟେଣ୍ଡର ପ୍ରକ୍ରିୟାରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଜାରି କରିଥିବା ନିୟମାବଳୀର ଏକାଧିକ ସର୍ତ୍ତକୁ ଓସିପିଏଲ୍‌ ବେଖାତିର କରିଛି। କେନ୍ଦ୍ରୀୟ ନିୟମାବଳୀ ଅନୁସାରେ ଏମ୍‌ଡିଓ ସଂସ୍ଥାର ବୈଷୟିକ ଅଭିଜ୍ଞତା ୭ ବର୍ଷ ହେବା କଥା। କିନ୍ତୁ ଓସିପିଏଲ୍ ଟେଣ୍ଡରରେ ଏହାକୁ ୧୦ ବର୍ଷକୁ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ନିୟମରେ ଓଭରବର୍ଡନ୍ ଖନନ ପରିମାଣ ୨୦ ନିୟୁତ ଘନମିଟର ଧାର୍ଯ୍ୟ ଥିବାବେଳେ ଓସିପିଏଲ୍ ଏହାକୁ ୩୦ ନିୟୁତ ଘନମିଟର ରଖିଛି। ନିୟମାବଳୀ ଅନୁସାରେ କୋଇଲା, ଲିଗ୍‌ନାଇଟ୍‌, ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜ୍ କିମ୍ବା ତମ୍ବା ଭଳି ଯେକୌଣସି କ୍ଷେତ୍ରରେ ଏମ୍‌ଡିଓ ସଂସ୍ଥାର ସର୍ବାଧିକ ୫ଟି ଖଣିର ଅଭିଜ୍ଞତା ଗ୍ରହଣୀୟ ହେବା କଥା। ମାତ୍ର ଓସିପିଏଲ୍ ଏହାକୁ କେବଳ କୋଇଲା ଏବଂ ଲିଗ୍‌ନାଇଟ୍ କ୍ଷେତ୍ରରେ ସୀମିତ ରଖିଛି। ସେହିପରି ଏମ୍‌ଡିଓର ହାରାହାରି ବାର୍ଷିକ କାରବାର ପ୍ରକଳ୍ପ ମୂଲ୍ୟର ମାତ୍ର ୩୦% କେନ୍ଦ୍ର ନିର୍ଦ୍ଧାରଣ କରିଥିବା ବେଳେ ଓସିପିଏଲ୍‌ ଏହାକୁ ବାର୍ଷିକ ୧୫୦୦ କୋଟି ଟଙ୍କା କରିଛି। ଏଥିସହ ଏମ୍‌ଡିଓ ସଂସ୍ଥାର ନେଟ୍‌ୱର୍ଥ ପରିମାଣ ୨୦୦ କୋଟି ଟଙ୍କା କେନ୍ଦ୍ର ନିୟମରେ ଥିବାବେଳେ ଓସିପିଏଲ୍‌ ଏହାକୁ ୫୦୦ କୋଟି ଟଙ୍କାକୁ ବୃଦ୍ଧି କରିଛି। ଏମ୍‌ଡିଓ ମନୋନୟନ ପାଇଁ ଟେଣ୍ଡର ପ୍ରକ୍ରିୟାରେ ଓସିପିଏଲ୍‌ ସମ୍ଭାବ୍ୟ ଏମ୍‌ଡିଓ ସଂସ୍ଥାର ଯୋଗ୍ୟତାକୁ ଅନାବଶ୍ୟକ ଭାବେ ବୃଦ୍ଧି କରିଥିବାରୁ ଅନେକ ଏମ୍‌ଡିଓ ସଂସ୍ଥା ପ୍ରତିଯୋଗିତାରୁ ବଞ୍ଚିତ ହୋଇଛନ୍ତି। ତେଣୁ ନିର୍ଦ୍ଦିଷ୍ଟ ଏମ୍‌ଡିଓ ସଂସ୍ଥାକୁ ଅନୁକମ୍ପା ପ୍ରଦର୍ଶନ ସ୍ପଷ୍ଟ ହୋଇଛି। ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଶକ୍ତି ବିଭାଗ ନିକଟରେ ଏ ନେଇ ଅଭିଯୋଗ ଦାଖଲ କରିଛନ୍ତି। ଏସବୁ କାରଣ ପାଇଁ କୋଇଲା ଓ ବିଦ୍ୟୁତ୍‌ ମୂଲ୍ୟ ବୃଦ୍ଧି ହେବା ଆଶଙ୍କା ଦେଖା ଦେଇଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button