Crime: ପାଉଁଶ ପାଇଁ ଯୁବକଙ୍କୁ ହତ୍ୟା: ଅଫିସ, ଗାଡ଼ି ଜାଳିଦେଲେ ଲୋକେ
ପାଉଁଶରୁ ବେଆଇନ ଚାନ୍ଦା ଆଦାୟ ବିବାଦକୁ ନେଇ ଗୁରୁବାର ସନ୍ଧ୍ୟାରେ ସୁନ୍ଦରଗଡ଼ ଭଷ୍ମା ଥାନା ଦର୍ଲିପାଲି ବରୋବଗାରେ ହତ୍ୟାକାଣ୍ଡ ଘଟିଥିଲା। ଗୁଳିମାଡ଼ରେ ରାଇଜ୍ ସଂଗଠନର ଜଣେ ଯୁବକ ଦର୍ଲିପାଲି ଗାଁର ସୁନୀଲ ନେଟୀ (ସିଲୁ)ଙ୍କ ମୃତ୍ୟୁ ହୋଇଥିବାବେଳେ...

ସୁନ୍ଦରଗଡ଼: ପାଉଁଶରୁ ବେଆଇନ ଚାନ୍ଦା ଆଦାୟ ବିବାଦକୁ ନେଇ ଗୁରୁବାର ସନ୍ଧ୍ୟାରେ ସୁନ୍ଦରଗଡ଼ ଭଷ୍ମା ଥାନା ଦର୍ଲିପାଲି ବରୋବଗାରେ ହତ୍ୟାକାଣ୍ଡ ଘଟିଥିଲା। ଗୁଳିମାଡ଼ରେ ରାଇଜ୍ ସଂଗଠନର ଜଣେ ଯୁବକ ଦର୍ଲିପାଲି ଗାଁର ସୁନୀଲ ନେଟୀ (ସିଲୁ)ଙ୍କ ମୃତ୍ୟୁ ହୋଇଥିବାବେଳେ ମାମଲାର ମୁଖ୍ୟ ଅଭିଯୁୂକ୍ତ ବିନୋଦ ଖଡ଼ିଆ ଫେରାର ରହିଛି। ବିନୋଦ ସମନ୍ବିତ ପାଉଁଶ ପରିବହନ ମାଲିକ ସଂଘ (ୟୁଏଫଟିଓଏ)ର ମୁଖ୍ୟ କାର୍ପଟଦାର ସୂରଜ ପଟେଲଙ୍କ ଗାଡ଼ି ଚାଳକ ବୋଲି କୁହାଯାଉଛି। ଏହି ଘଟଣାରେ ସମନ୍ବିତ ପାଉଁଶ ପରିବହନ ମାଲିକ ସଂଘ (ୟୁଏଫଟିଓଏ)ର ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ନାବାଳକ ଅଟକ ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ତିଲେଇମାଲର ସୂରଜ ପଟେଲ (୩୫), ସେହି ଥାନା ରାଜପୁର କଟାପାଲିର ବିଶ୍ବଦେବ ଖଡ଼ିଆ (୨୧), ସେହି ଗାଁର ମଣ୍ଟୁ ପ୍ରଧାନ (୧୯), ତିଲେଇମାଲର ଗୁଟୁ ଖଡ଼ିଆ (୧୯) ଓ ରାକେଶ ଖଡ଼ିଆ (୨୯), ଓରିଏଣ୍ଟ ଥାନା ଗୋକୁଳ କଲୋନିର ଅଙ୍କିତ ସାହୁ (୨୦), ଝାରସୁଗୁଡ଼ା ଟାଉନ ଥାନା ଭୁଲିଆଟିକ୍ରାର ଅଜୟ ରଜକ (୨୬), ଲେଫ୍ରିପଡ଼ା ଥାନା ଉଜ୍ଜ୍ବଳପୁରର ନିତ୍ୟାନନ୍ଦ ପଟେଲ (୫୧), ହେମଗିର ଥାନା କନକତୁରାର ସୂରଜ ଖଡ଼ିଆ (୨୦) ଓ ଲେଫ୍ରିପଡ଼ା ଥାନା ରାଏଡିହି ଚାନ୍ଦିଲିର ଗୌତମ ନାଏକ (୨୭)।
ସଂଘ ସଭାପତି ଓ ସହଯୋଗୀଙ୍କୁ ମାଡ଼
ମୁଖ୍ୟ ଅଭିଯୁକ୍ତ ଫେରାର, ୧୦ ଗିରଫ
ଗୁଳିକାଣ୍ଡ ପରେ ଗୁରୁବାର ଉତ୍ତ୍ୟକ୍ତ ଲୋକେ ସମନ୍ବିତ ପାଉଁଶ ପରିବହନ ମାଲିକ ସଂଘ (ୟୁଏଫଟିଓଏ)ର ଦର୍ଲିପାଲି ଅଫିସ ଭଙ୍ଗାରୁଜା କରିବା ସହ ସଂଘର ମୁଖ୍ୟ କାର୍ପଟଦାର ସୂରଜ ପଟେଲଙ୍କ କ୍ରେଟା (ଓଡି୨୩ଆର୍-୭୫୮୯) ଗାଡ଼ିକୁ ଜାଳି ଦେଇଥିଲେ। ଏହା ସହ ସଂଘ ସଭାପତି ତଥା ଦର୍ଲିପାଲି ସରପଞ୍ଚଙ୍କ ସ୍ବାମୀ ଗୋବିନ୍ଦ କୁମୁରା ଓ ଅନ୍ୟ ଜଣେ ସଦସ୍ୟଙ୍କୁ ମାଡ଼ ମାରିଥିଲେ। ମାରଣାସ୍ତ୍ର ଥିବା ଦର୍ଶାଇ ଏକ ଥାର୍ ଗାଡ଼ିକୁ ଭାଙ୍ଗି ଦେବାକୁ ଉଦ୍ୟମ କଲାବେଳେ ପୁଲିସ ଗାଡ଼ିକୁ ହେପାଜତକୁ ନେଇଥିଲା।
ସୌଜନ୍ୟ ସମ୍ବାଦ




