ରାଜ୍ୟ

Firecracker accident: ବାଣ ଫୁଟାଇ ୬ ଆହତ ଜଣେ ଗୁରୁତର

ବାଲେଶ୍ବର ଜିଲ୍ଲା ସୋରର ବିଭିନ୍ନ ଅଂଚଳରୁ ବାଣ ଫୁଟାଇ ୬ ଜଣ ଆହତ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ପବିତ୍ର ଦୀପାବଳି ଉପଲକ୍ଷେ ବିଭିନ୍ନ ସ୍ଥାନରେ ବାଣ ଫୁଟାଯାଉଥିଲା।

ସୋର: ବାଲେଶ୍ବର ଜିଲ୍ଲା ସୋରର ବିଭିନ୍ନ ଅଂଚଳରୁ ବାଣ ଫୁଟାଇ ୬ ଜଣ ଆହତ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି।  ଆଜି ପବିତ୍ର ଦୀପାବଳି ଉପଲକ୍ଷେ ବିଭିନ୍ନ ସ୍ଥାନରେ ବାଣ ଫୁଟାଯାଉଥିଲା। ଏହି ସମୟରେ ସିରାପୁର ଗ୍ରାମର ପ୍ରତ୍ୟୁଷ କୁମାର ବାରିକ (୧୫) ଏକ ପାତ୍ରକୁ ଢାଙ୍କି ବାଣ ଫୁଟାଉଥିଲେ। ବାଣ ଫୁଟିବା ବେଳେ ଉକ୍ତ ପାତ୍ରଟି ତାଙ୍କ ଆଖିରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ନଦୀଗାଁ ଗ୍ରାମର  ପ୍ରିୟଂଶୀ ସାହୁ ନାମକ ଜଣେ ଶିଶୁ କନ୍ୟାଙ୍କ ହାତରେ ବାଣ ପଡିବାରୁ ତାଙ୍କ ହାତରେ କ୍ଷତ ସୃଷ୍ଟି ହୋଇଛି। ଛତ୍ରପୁର ଗ୍ରାମର ମମତା ସାହୁ ଓ ସୋର ଉତ୍ତରେଶ୍ୱରର କମଲେଶ ଭୋଇଙ୍କ ସମେତ ୬ ଜଣ  ବାଣ ଫୁଟାଇବା ସମୟରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button