ରାଜ୍ୟ

Women farmers: ନବରଂଗପୁର ମହିଳା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ଏବେ ଅମେରିକା ଓ ଲଣ୍ଡନରେ ବିକ୍ରି

ଦୁର୍ଗମ ଗାଁର ମହିଳା ଚାଷୀଙ୍କ ଅଦମ୍ୟ ଇଛାଶକ୍ତି ଓ ଲକ୍ଷ୍ୟ ଆଜି ମହିଳା ସଶକ୍ତୀକରଣର ଏକ ବଡ଼ ଉଦହାରଣ ପାଲଟିଛି। ଦୁଇ ଜଶ ମହିଳାଙ୍କ ଠାରୁ ଆରମ୍ଭ ହୋଇଥିବା କୃଷକ ଉତ୍ପାଦକ କମ୍ପାନିରେ ଜିଲ୍ଲାର ୬୩୭ଜଣ ମହିଳା ଚାଷୀ...

ନବରଙ୍ଗପୁର (ସୁରେଶ ନାଇଡୁ): ଦୁର୍ଗମ ଗାଁର ମହିଳା ଚାଷୀଙ୍କ ଅଦମ୍ୟ ଇଛାଶକ୍ତି ଓ ଲକ୍ଷ୍ୟ ଆଜି ମହିଳା ସଶକ୍ତୀକରଣର ଏକ ବଡ଼ ଉଦହାରଣ ପାଲଟିଛି। ଦୁଇ ଜଶ ମହିଳାଙ୍କ ଠାରୁ ଆରମ୍ଭ ହୋଇଥିବା କୃଷକ ଉତ୍ପାଦକ କମ୍ପାନିରେ ଜିଲ୍ଲାର ୬୩୭ଜଣ ମହିଳା ଚାଷୀ ସଭ୍ୟାରେ ପରିଣତ ହୋଇ ପାରିଛି। ଏହି ମହିଳାମାନେ ସଭ୍ୟା ହେବା ପରେ ନିଜେ ସଶକ୍ତ ହେବା ସହ ପରିବାରର ଆର୍ଥିକସ୍ଥିତିରେ ସୁଧାର ଆଣି ପାରିଛନ୍ତି। ନିଜ ଜମିରେ ଉତ୍ପାଦନ କରୁଥିବା ସାମଗ୍ରୀକୁ ବଜାରରେ ନୂଆ ରୁପ‌ରେ ବିକ୍ରି କରିବା ଯୋଜନା ଆଜି ଜିଲ୍ଲା ସହ ରାଜ୍ୟ, ଦେଶ ଓ ବିଦେଶର  ସୂଦୂର ଲଣ୍ଡନ ଓ ଅମେରିକା ପହଚିଂପାରିଛି।

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକର ରାଜୋଡା ଗାଁର ନବୀନା ବିଷୋଇ ଓ ଅଲଫା ଓଡୁ ଗତ ୨୦୨୪ ମସିହାରୁ ନିଜେ କରୁଥିବା ଚାଷକୁ ନିଜ ଅଂଚଳର ବଜାର ସହ ବୃହତ୍ତର ବଜାରକୁ ବିକ୍ରିବଟା କରିବାକୁ ଯୋଜନା କରିଥିଲେ। ନବୀନା ୫ଏକର ଜମିରେ ପୋଖରୀ କରି ମତ୍ସ୍ୟ ଚାଷ କରିଥିଲେ। ପୋଖରୀ ହୁଡ଼ାରେ କୁକୁଡ଼ା ପାଳି ଥିଲେ। ସେହିପରି ସେ  ହଳଦୀ, ମାଣ୍ଡିଆ, ଆଖୁ ସହ ପନିପରିବା ଆଦି ଚାଷ କରୁଥିଲେ। ଆଲଫା ଧାନ, ପନିପରିବା, ହଳଦୀ , ଆଖୁ ଓ ମକାଆଦି ଚାଷ କରି ଆସୁଥିଲେ।

ଏହି ଦୁଇ ଜଣଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିଲା ଡିସେମ୍ବର ୨୦୨୪ରେ କସ୍ କାଦମ୍ବରୀ କୃଷକ ଉତ୍ପାଦନ କମ୍ପାନି। ଏଥିରେ ଅଲଫା ସଭାପତି, ନବୀନା ସମ୍ପାଦିକା, ବୋର୍ଡର ଅନ୍ୟ ନିର୍ଦ୍ଦେଶକ ଭାବେ ସୁରକ୍ଷା ଗୌଡ, ମିଥିଲା ଭତ୍ରା, ସଂଜୁକ୍ତା ବିଷୋଇ, ଙ୍କ ସହ ଅନ୍ୟ ୭ଜଣ ସଭ୍ୟା ମଧ୍ୟ ରହିଛନ୍ତି। ବିକ୍ରିବଟା ପାଇଁ ଜିଲ୍ଲାଯୋଗାଣ ଓ ବିପଣନ ସମିତି(ଓରମାସ) ସମ୍ପୁର୍ଣ୍ଣ ସହାୟତା ଯୋଗାଇଥିଲା। କୋଷାଗୁମୁଡା ବ୍ଲକରେ ଏମାନେ କରୁଥିବା ହଳଦୀ, ମକାଚୁନା ଓ ଗୁଡକୁ ଓରମାସ ପକ୍ଷରୁ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲା। ସେଠାରେ ହଳଦୀରେ ୬.୫କ୍ୟୁରକ୍ୟୁମାଇନ୍ ଥିବା ଜଣାପଡ଼ିଥିଲା। ତା ପରେ ଓରମାସ ପକ୍ଷରୁ ଏହି ଚାଷକୁ ପ୍ରତ୍ସାହିତ କରିବା ପାଇଁ ପଟାଙ୍ଗୀରେ ଥିବା ହାଇ ଆଲଟିଉଡ୍ ରିସର୍ଚ୍ଚ ଷ୍ଟେସନ୍ (ହର୍ଷ) ପକ୍ଷରୁ ମହିଳା ହଳଦୀ ଚାଷୀଙ୍କୁ ତାଲିମ ଦେବା ସହ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ  ଏକା ସହ ୮କ୍ବିଣ୍ଟାଲ ହଳଦୀକୁ ବୟଲ କରିବା ଯନ୍ତ୍ରପାତି ଯୋଗାଇଥିଲେ।

ଗତ ୨ବର୍ଷ ମଧ୍ୟରେ ନୂଆଦିଲ୍ଲୀ, ବେଙ୍ଗାଲୁରୁ, ବାରାଣସୀ, ଜଗଦଲପୁର, ଭୁବନେଶ୍ବର ସହ ନବରଙ୍ଗପୁରରେ ଅନୁଷ୍ଠିତ ଲୋକମହୋତ୍ସବ ମଣ୍ଡେଇ, ସୁଭୁଦ୍ରାଶକ୍ତି‌ ମେଳା, ବିକାଶ ମେଳା ଆଦିରେ ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଛି। ଗତ ବର୍ଷକ ମଧ୍ୟରେ ୨୫ଲକ୍ଷର ବିକ୍ରିବଟା ଏହି ଉତ୍ପାଦକ କମ୍ପାନି ଦ୍ବାରା କରାଯାଇଛି। ଏହି ଉତ୍ପାଦକ କମ୍ପାନି ଦ୍ବାରା ପ୍ରସ୍ତୁତ କରାଯାଉଥିବା ହଳଦୀଗୁଣ୍ଡ, ମକା ଚୁନା, ଲଙ୍କା ଗୁଣ୍ଡ, ଧନିଆ ପାଉଡର, ମାଣ୍ଡିଆ ଚୁନା, ଗୁଡ, ରାଗି ମୁଡୁକୁ, ରାଗି ମିକ୍ସଚରକୁ‌ ନେଇ ଓରମାସ ପକ୍ଷରୁ ଇନ୍ଦ୍ରାବତୀ ପ୍ୟାକେଟ କରାଯାଇଛି।

ଏହି ପ୍ୟାକେଟକୁ ଜିଲ୍ଲାପ୍ରଶାସନ ଏବଂ ଓରମାସ ପକ୍ଷରୁ ବ୍ରାଣ୍ଡିଂ କରାଯାଉଛି। ଏହି ପ୍ୟାକେଟ ଲଣ୍ଡନ‌ ଗତ ବର୍ଷକ ତଳେ ପହଚିଂବା ସହ ସେଠାରୁ ବରାଦ ଆସୁଛି। ଡାକବିଭାଗ ଜରିଆରେ ଏବେ ଆମେରିକାରୁ ବି ବରାଦି ଆସିଛି। ଇ-ବ୍ୟବସାୟରେ ଇନ୍ଦ୍ରାବତୀକୁ ସାମିଲ କରିବାକୁ ଓରମାସର ଲକ୍ଷ୍ର୍ ରହିଛି। ଏହା ଆରମ୍ଭ ହେଲେ ଏହି ୬୩୭ମହିଳା ଚାଷୀଙ୍କ ସହ ଉତ୍ପାଦକ ଗୃପକୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଦେଉଥିବା ମହିଳାମାନେ ମଧ୍ୟ ସଶକ୍ତ ଓ ଆତ୍ମନିର୍ଭରଶୀଳ ହୋଇ ପାରିବେ। ଏହି କମ୍ପାନିକୁ ପରିଚାଳନାରେ ସିଇଓ ଆଦିତ୍ୟ ବିକ୍ରମ ବିଷୋଇ, କୋଷାଧ୍ୟକ୍ଷ ତରୁଣ ବିଷୋଇ ଓ  ଓରମାସ ଜିଲ୍ଲା ବ୍ୟବସାୟ ପରିଚାଳକ ସିଏଚ ରମେଶ ସହଯୋଗ କରୁଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button