ରାଜ୍ୟ

College of Agricultural Engineering: କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ହୀରକ ଜୟନ୍ତୀ: ‘ମହିଳା ଅନୁକୂଳ କୃଷି ଯନ୍ତ୍ରପାତିର ଆବଶ୍ୟକତା ରହିଛି’

କୃଷି ଯାନ୍ତ୍ରିକୀକରଣ କ୍ଷେତ୍ର ପାଇଁ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଓ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍‌ ମୂଲ୍ୟର ସୁଲଭ ଓ ଉପଯୋଗୀ କୃଷି ଯନ୍ତ୍ରପାତିର ବିକାଶ ଏବଂ ମହିଳା...

ଭୁବନେଶ୍ୱର: କୃଷି ଯାନ୍ତ୍ରିକୀକରଣ କ୍ଷେତ୍ର ପାଇଁ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଓ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍‌ ମୂଲ୍ୟର ସୁଲଭ ଓ ଉପଯୋଗୀ କୃଷି ଯନ୍ତ୍ରପାତିର ବିକାଶ ଏବଂ ମହିଳା କୃଷକଙ୍କ ପାଇଁ ମହିଳା ଅନୁକୂଳ କୃଷି ଯନ୍ତ୍ରପାତିର ଡିଜାଇନ୍ ଓ ଉପଲବ୍ଧତାକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ଏଥିସହ ଡ୍ରୋନ୍‌ ପ୍ରଯୁକ୍ତିବିଦ୍ୟା, ସେନ୍ସର୍ ଆଧାରିତ କୃଷି, କୃତ୍ରିମ ବୁଦ୍ଧିମତ୍ତା, ଆଧୁନିକ ଓ ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର ମାଧ୍ୟମରେ କୃଷି ଉତ୍ପାଦନ ବୃଦ୍ଧି, ଶ୍ରମ ଓ ଉତ୍ପାଦନ ଖର୍ଚ୍ଚ ହ୍ରାସ, ସମ୍ବଳର ସୁବିନିଯୋଗ ଓ ଚାଷୀଙ୍କ ଆୟ ବୃଦ୍ଧିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଓୟୁଏଟି ଅଧୀନ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ (ସିଏଇଟି) ହୀରକ ଜୟନ୍ତୀ ସମରୋହରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି।

ସମାରୋହରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସଚିନ୍‌ ରାମଚନ୍ଦ୍ର ଯାଦବ, ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ହୀରକ ଜୟନ୍ତୀ ଉତ୍ସବ କେବଳ ଅତୀତର ସଫଳତାକୁ ସ୍ମରଣ କରିବାର ଅବସର ନୁହେଁ, ବରଂ ଭବିଷ୍ୟତର ଆହ୍ୱାନ ଓ ସମ୍ଭାବନାକୁ ଚିହ୍ନଟ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଆଗାମୀ ଦିନରେ ସିଏଇଟିରେ କୃଷି ଯାନ୍ତ୍ରିକୀକରଣ ସହିତ ମୃତ୍ତିକା ଓ ଜଳ ସଂରକ୍ଷଣ, ଜଳସେଚନ ଓ ନିଷ୍କାସନ, ଅକ୍ଷୟ ଶକ୍ତି, ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ, ସ୍ମାର୍ଟ କୃଷି ଓ ଡିଜିଟାଲ୍ କୃଷି କ୍ଷେତ୍ରରେ ଗବେଷଣା ଓ ନବସୃଜନକୁ ଅଧିକ ଗତିଶୀଳ କରିବାର ଲକ୍ଷ୍ୟ ରଖିଛି। ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା କୃଷକ ଏବଂ ଗ୍ରାମୀଣ ଯୁବକଯୁବତୀଙ୍କ ପାଇଁ ଉପଯୋଗୀ ବୈଷୟିକ ସମାଧାନ ବିକାଶ କରିବା ପ୍ରମୁଖ ଲକ୍ଷ୍ୟ ହେବ। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ନିର୍ମିତ ହୀରକ ଜୟନ୍ତୀ ସ୍ମାରକୀ ସହିତ କୃଷି ଇଞ୍ଜିନିୟରିଂ କ୍ଷେତ୍ରର ନୂତନ ଉଦ୍ଭାବନ, ଯନ୍ତ୍ରପାତି ଓ ଆଧୁନିକ ଜ୍ଞାନକୌଶଳର ପ୍ରଦର୍ଶନୀକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ପୁରାତନ ଛାତ୍ର ଆସୋସିଏସନ୍‌ ସଭାପତି ଇଞ୍ଜିନିୟର ପି. କେ. ମହାପାତ୍ର କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button